Thursday, November 5, 2026
23.9 C
Odisha

    ‘ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ି ନ ପାରିବା ଆଇନ ପ୍ରାସଙ୍ଗିକତା ହରାଇଛି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କ ପଞ୍ଚାୟତ ନିର୍ବାଚନ ଲଢ଼ିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତରେ ଜନ୍ମହାର କ୍ରମାଗତ ଭାବରେ ହ୍ରାସ ପାଉଛି। ଫଳସ୍ୱରୂପ ଦୁଇ ସନ୍ତାନର ସୀମା ସ୍ଥିର କରୁଥିବା ଆଇନଗୁଡ଼ିକ ସେମାନଙ୍କର ପ୍ରାସଙ୍ଗିକତା ହରାଇଛନ୍ତି ଏବଂ ସେସବୁର ପୁନଃବିଚାରର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି। ବିଚାରପତି ପି.ଏସ୍. ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ ମଙ୍ଗଳା ଭୀମରାଓ ଇଙ୍ଗଲେଙ୍କ ତରଫରୁ ଆଗତ ଏକ ମାମଲା ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି।
    ସୂଚନାଥାଉ କି ଜାଭେଦ ବନାମ ହରିୟାଣା ରାଜ୍ୟ ମାମଲାର ୨୦୦୩ ମସିହାର ରାୟରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ହରିୟାଣାର ଏକ ଆଇନକୁ ସମର୍ଥନ କରିଥିଲେ। ଆଇନ ଅନୁସାରେ ଜଣେ ବ୍ୟକ୍ତିଙ୍କର ଦୁଇରୁ ଅଧିକ ସନ୍ତାନ ଥିଲେ ତାଙ୍କୁ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ବାରଣ କରାଯାଇଥିଲା।
    ବୁଧବାର ଶୁଣାଣି ସମୟରେ ବିଚାରପତି ପି.ଏସ୍. ନରସିଂହ କହିଛନ୍ତି ଯେ, ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଲୋକଙ୍କୁ ଦଣ୍ଡିତ କରୁଥିବା କିମ୍ବା ନିର୍ବାଚନ ଲଢ଼ିବାରୁ ନିଷେଧ କରୁଥିବା ଆଇନଗୁଡ଼ିକ ସେମାନଙ୍କର ପ୍ରାସଙ୍ଗିକତା ହରାଇ ବସିଛନ୍ତି। ଏହି ଆଇନଗୁଡ଼ିକ ପଛରେ ଉଦ୍ଦେଶ୍ୟ ଦେଶର ଜନସଂଖ୍ୟା ବୃଦ୍ଧିକୁ ରୋକିବା ଥିଲା, କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଦେଶର ଜନସଂଖ୍ୟାଗତ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି।
    ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ୨୦୦୩ ମସିହାରେ ଭାରତର ମୋଟ ପ୍ରଜନନ ହାର ୩ ଥିଲା, କିନ୍ତୁ ଏବେ ଏହା ହ୍ରାସ ପାଇ ୧.୯ ହୋଇଛି। ତେବେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସ୍ଥିର ଜନସଂଖ୍ୟା ବଜାୟ ରଖିବା ପାଇଁ, ଏହି ହାର ୨.୧ ହେବା ଉଚିତ୍। କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି, ଯଦି ଜନ୍ମହାର ହ୍ରାସ ପାଇବା ଜାରି ରହେ, ତେବେ ଦେଶରେ ବୃଦ୍ଧଙ୍କ ଜନସଂଖ୍ୟା ବୃଦ୍ଧି ପାଇବ ଏବଂ କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇବ। ତେଣୁ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ଆଇନଗୁଡ଼ିକୁ ଜାରି ରଖିବା ଏପରିସ୍ଥଳେ ଉପଯୁକ୍ତ ହେବ ନାହିଁ। ଚୀନ୍‌ର ଉଦାହରଣ ଦେଇ ଖଣ୍ଡପୀଠ ଦର୍ଶାଇଥିଲେ ଯେ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ସେଠାରେ ପ୍ରଚଳିତ ଏକ ସନ୍ତାନ ନୀତିରେ ପରିବର୍ତ୍ତନ ଆଣିଛନ୍ତି। ତେଣୁ ଭାରତରେ ପ୍ରଜନନ ହାର ହ୍ରାସକୁ ନୀତିଗତ ସଫଳତା ବୋଲି ମନେ କରିବା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    87 %
    1.1kmh
    92 %
    Thu
    27 °
    Fri
    27 °
    Sat
    27 °
    Sun
    26 °
    Mon
    27 °

    ସମ୍ବନ୍ଧିତ