Tuesday, April 7, 2026
25.2 C
Odisha

    ଶିବାଜୀ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଛତ୍ରପତି ଶିବାଜୀ ମହାରାଜ ‘ଆମ ପାଇଁ ଭଗବାନ’ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶିବାଜୀ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ କ୍ଷମା ମାଗିଛନ୍ତି। ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ବିରୋଧୀ ଦଳମାନେ ଶିବାଜୀ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ଶାସକ ମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପାଲଘରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ମୋଦୀ କହିଛନ୍ତି, ‘ଛତ୍ରପତି ଶିବାଜୀ ମହାରାଜ କେବଳ ଏକ ନାମ କିମ୍ବା ରାଜା ନୁହଁନ୍ତି ବରଂ ସେ ଆମର ଭଗବାନ। ଆଜି ମୁଁ ତାଙ୍କ ପାଦ ତଳେ ମୁଣ୍ଡ ନୁଆଁଉଛି ଏବଂ ମୁଁ ମୋ ଭଗବାନଙ୍କୁ କ୍ଷମା ମାଗୁଛି।

    ମୋଦୀ କହିଛନ୍ତି, ଆମର ମୂଲ୍ୟବୋଧ ଭିନ୍ନ। ଆମ ପାଇଁ ଆମ ଭଗବାନଙ୍କଠାରୁ କେହି ବଡ଼ ନୁହନ୍ତି। ମୁଁ ଏଠାରେ ପହଞ୍ଚିବା ମାତ୍ରେ ପ୍ରଥମେ ଶିବାଜୀ ମହାରାଜଙ୍କୁ କ୍ଷମା ମାଗିଛି ଏବଂ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା ପାଇଁ ଯେଉଁମାନେ ଆଘାତ ପାଇଛନ୍ତି ସେମାନଙ୍କୁ ମଧ୍ୟ କ୍ଷମା ମାଗିଛି। ବିରୋଧୀଙ୍କୁ କଟାକ୍ଷ କରି ମୋଦୀ କହିଛନ୍ତି, କିଛି ଲୋକ ବୀର ସବରକରଙ୍କୁ ଅପମାନିତ କରିବା ଜାରି ରଖିଛନ୍ତି ଏବଂ ଏଭଳି କାର୍ଯ୍ୟ ପାଇଁ ସେମାନେ କ୍ଷମା ମାଗିବାକୁ ବି ପ୍ରସ୍ତୁତ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ