Wednesday, October 30, 2024
28.9 C
Odisha

    ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

    ଆଗକୁ ପଢନ୍ତୁ

    ପୁରୀ: ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ତାଗିଦ କରାଯାଇଛି। ଏହାସହ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

    ଅଣଅଧିକୃତ ବ୍ୟକ୍ତି କାହିଁକି ମା’ ସୁଭଦ୍ରାଙ୍କ ରଥ ଉପରେ ଚଢିଥିଲେ ? କିଏ ତାଙ୍କୁ ଚଢ଼ିବାକୁ ଅନୁମତି ଦେଇଥିଲେ ? ଯଦି ଅନୁମତି ଦେଇଥିଲେ କାହିଁକି ଅନୁମତି ଦେଇଥିଲେ? ଅଣଅଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିଥିବାବେଳେ ଅନ୍ୟ ସେବାୟତମାନେ କାହିଁକି ବିରୋଧ କରିନଥିଲେ ? ଏସବୁ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇନପାରିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ। ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ ତାଙ୍କଠାରୁ ପାସ୍ ଜବତ କରିଥିଲେ। ଜଣେ ଦଇତାପତି ସେବକ ସେହି ପାସ୍ ଦେଇଥିବା ଜଣାପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    70 %
    1.2kmh
    39 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ