Monday, April 6, 2026
23.6 C
Odisha

    ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପ୍ରସ୍ତାବକୁ ଏନଟିସିଏର ଅନୁମୋଦନ ମିଳିବା ପରେ, ସ୍ବତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିବ। ୨ଶହ ହେକ୍ଟର ଏରିଆ ଏନଏଚ-୧୮ କଡରେ ହେବ ସଫାରୀ । ୧ଶହ ହେକ୍ଟରରେ ହେବ ପ୍ରଦର୍ଶନୀ ଅଞ୍ଚଳ । ଅନ୍ୟ ଶହେ ଅଞ୍ଚଳରେ ପ୍ରାଣୀଚିକିତ୍ସା କେନ୍ଦ୍ର ସହ ଉଦ୍ଧରା କରାଯାଇଥିବା ପଶୁଙ୍କ ଥଇଥାନ କେନ୍ଦ୍ର ହେବ। କର୍ମଚାରୀଙ୍କ ପାଇଁ ବାସଭବନ ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଠାରୁ ଏହା ୧୫ କିଲୋ ମିଟର ଦୂରରେ ହେବ। ମେଲାନିଷ୍ଟିକ କଳାବାଘ କେବଳ ଶିମିଳିପାଳ ଅଞ୍ଚଳରେ ଦେଖାଯାଆନ୍ତି। ନନ୍ଦନକାନନରେ ଥିବା ବଳକା ବାଘ ସହ ଅନ୍ୟ ଅଞ୍ଚଳରୁ ଚାଲିଆସିଥିବା ବାଘ ଏହି ସଫାରୀରେ ରହିବେ। ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।
    ଖବର ଅନୁଯାୟୀ, ଦେଶରେ ଥିବା ସବୁତକ କଳା ମହାବଳ ବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ରହିଛନ୍ତି। ଏ ନେଉ ପୂର୍ବରୁ କେନ୍ଦ୍ର ଜଙ୍ଗଲ, ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସଂସଦର ତଥ୍ୟ ରଖିଥିଲେ। ଶ୍ରୀ ଚୌବେ କହିଥିଲେ ଯେ ପୂରା ଭାରତରେ ମୋଟ ୧୦ଟି କଳା ମହାବଳ ବାଘ ରହିଛନ୍ତି। ଆଶ୍ଚର୍ଯ୍ୟ ଓ ଖୁସିର କଥା ହେଲା, ସବୁତକ ବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ଅଛନ୍ତି। ଏହି ୧୦ଟି ଯାକ କଳା ବାଘ ‘ମେଲାନିଷ୍ଟିକ’ ପ୍ରଜାତିର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ