Saturday, February 14, 2026
27.6 C
Odisha

    ସୋଆରେ ‘ସ୍କେଲର୍ଜ-୨୦୨୪’ ଆୟୋଜିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ନଏଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ ମାତ୍ର ବିଭିନ୍ନ କମ୍ପାନୀ ଗୁଡ଼ିକ ନିଯୁକ୍ତି ଦେବା ସମୟରେ ସେହିପରି ବ୍ୟକ୍ତିମାନଙ୍କୁ ଚାହିଁଥାନ୍ତି ଯେଉଁମାନଙ୍କର ମନୋଭାବ ସକାରାତ୍ମକ ଓ ଚିନ୍ତାଧାରା ନିଷ୍ପତିମୂଳକ ହୋଇନଥାଏ। ଏହାଛଡ଼ା ସେମାନଙ୍କର ଅନ୍ୟମାନଙ୍କ ସହ ଉତମ ଭାବେ ଭାବର ଆଦାନ ପ୍ରଦାନ କରିବାର କ୍ଷମତା ଥିବା ଆବଶ୍ୟକ ବୋଲି ଜେନପ୍ୟାକ୍ଟ ସଂସ୍ଥାର ଆସିଷ୍ଟାଂଟ ଭାଇସ ପ୍ରେସିଡେଂଟ (ଟଲେଂଟ ଆକ୍ୟୁଜିସନ୍‌) ଶ୍ରୀ କରୁଣାକରଣ ଭିନୟାଗମ ଶନିବାର ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ସୋଆ ସ୍କେଲର୍ଜ-୨୦୨୪’ରେ ଯୋଗ ଦେଇ କହିଛନ୍ତି ।
    ଏହି ମେଗା ମ୍ୟାନେଜମେଂଟ କନ୍‌କ୍ଲେଭ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଦ୍ୱାରା ଆୟୋଜିତ ହୋଇଥିଲା । ଏହି କନ୍‌କ୍ଲେଭ୍‌ର ଶୀର୍ଷକ ଥିଲା ‘ବେୟୋଣ୍ଡ ବାଉଣ୍ଡାରିଜ :ଏମ୍ପପାୱାରିଙ୍ଗ୍ ମାଇଣ୍ଡସ୍ ଆଣ୍ଡ ଏନାବଲିଙ୍ଗ ଗ୍ରୋଥ‘ ।
    ଏଥିରେ ମୁଖ୍ୟ ପ୍ରସଙ୍ଗ ଉପରେ ମତ ରଖି ଶ୍ରୀ ଭିନୟାଗମ କହିଥିଲେ ଯେ ମ୍ୟାନେଜମେଂଟ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମନେ ରଖିବା ଉଚିତ୍ ଯେ ଆବଶ୍ୟକୀୟ ଅଭିଜ୍ଞତା ନଥାଇ ମଧ୍ୟ କମ୍ପାନୀମାନେ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇପାରନ୍ତି । ନିଜର ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ଯଥେଷ୍ଟ ହୋଇ ନଥାଏ । ନିଷ୍ପତିମୂଳକ ଚିନ୍ତାଧାରା, ସକାରାତ୍ମକ ମନୋଭାବ ଓ ସମସ୍ୟାର ସମାଧାନ କରିବା ନିମନ୍ତେ ଜ୍ଞାନ ନିର୍ଣ୍ଣାୟକ ହୋଇଥାଏ ।
    ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରି କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ସହ ଜୀବନରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ ତାଲିମ୍ ଦେଇଥାଏ । ସେ କହିଥିଲେ ଯେ ସୋଆ ଜାତୀୟ ସ୍ତରରେ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ସ୍ଥାନୀତ ହୋଇପାରିଛି ।
    ଏହି କାର୍ଯ୍ୟକ୍ରମରେ ଦୁଇଟି ପୃଥକ ପ୍ୟାନେଲ୍ ଆଲୋଚନା କରାଯାଇଥିଲା । ଏଥିରେ ଫ୍ୟାକ୍ଟସେଟର ଭାଇସ ପ୍ରେସିଡେଂଟ (ଟଲେଂଟ ଆକ୍ୟୁଜିସନ) ଶ୍ରୀମତି ଅନୁପମା ରଂଜନ, ମଣ୍ଡି ହୋଲଡିଂସର ଏଚ୍‌ଆର୍ ମୁଖ୍ୟ ଶ୍ରୀ ଶଲୋମନ ଦେବଭରମ, ଓମେଗା ହେଲ୍‌ଥକେୟାରର ଡାଇରେକ୍ଟର (ଟଲେଂଟ ଡେଭେଲପମେଂଟ) ଶ୍ରୀ କାର୍ତିକ ମୁଲାକାଲୁରି, ଫାରଆଇର ଡାଇରେକ୍ଟର (ଏଚ୍‌ଆର୍‌) ଶ୍ରୀମତି ରଶ୍ମୀ ସିହ୍ନା, ଫରେସିଆର ଶ୍ରୀ ଭୂଷଣ ଖ୍ୟାନୋରେ, ଟ୍ରିନାମିକ୍ସର ଟଲେଂଟ ଆକ୍ୟୁଜିସନ୍ ମ୍ୟାନେଜର ଶ୍ରୀ ସ୍ୱପ୍ନିଲ୍ ଭିଳାସ ସେନଡାଗେ, ବର୍କାଡିଆର ସିନିଅର ଭାଇସ ପ୍ରେସିଡେଂଟ (ଏଚ୍‌ଆର୍‌) ଶ୍ରୀ ଦେବାଶିଷ ଘୋଷ, ସାରସ ଏଆଇର ଚିଫ୍ ଅପରେଟିଂ ଅଫିସର ଓ କୋ-ଫାଉଣ୍ଡର ଶ୍ରୀ ଅମିତ କାଟାରିଆ, ହାଇରାଡିଅସର ଆସୋସିଏଟ ଭାଇସ୍ ପ୍ରେସିଡେଂଟ ଶ୍ରୀ ସୁମିତ ଗୁପ୍ତା, ଆରବିଏଲ ବ୍ୟାଙ୍କର ହେଡ, କ୍ୟାମ୍ପସ୍ ରିଲେସନସିପ୍ ଶ୍ରୀମତି ସୁରଭୀ ପ୍ରକାଶ ଦିକ୍ଷୀତ, ସ୍ନିଡର ଇଲେକ୍ଟ୍ରିକର ସିନିଅର ମ୍ୟାନେଜର (ଏଚ୍‌ଆର ଆଣ୍ଡ ୟୁନିଭର୍ସିଟି ରିଲେସନ୍‌ସ) ଶ୍ରୀ ନିଖିଲ ସୁତ୍ରାୱେ ଓ ଆର୍‌ଏନ୍‌ଏଫ୍ ଟେକ୍ନୋଲୋଜିସର ଆସିଷ୍ଟାଂଟ ମ୍ୟାନେଜର (ଏଚ୍‌ଆର୍‌) ଶ୍ରୀମତି ଗୁଞ୍ଜନ ପାଲ ବକ୍ତବ୍ୟ ରଖିଥିଲେ । ଏହି ଆଲୋଚନାକୁ ସୋଆର ସଫ୍ଟ ସ୍କିଲ ମେଂଟର ଶ୍ରୀ ଯଶୱନ୍ତ ଲାଲ ଓ ଶ୍ରୀ ଅମିତ ତ୍ରିପାଠୀ ପରିଚାଳନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    24 %
    1.2kmh
    80 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ