Thursday, March 19, 2026
30.4 C
Odisha

    ମାଣ୍ଡିଆକୁ ଅଧିକ ପ୍ରଚାର ପ୍ରସାର କରିବାର ଲକ୍ଷ୍ୟ ନେଇ ୟଏସ୍‌ର କମ୍ପାନୀ ଏବଂ ସୋଆ ମଧ୍ୟରେ ଏକ୍ସପ୍ରେସନ୍ ଅଫ୍ ଇନ୍‌ଟରେଷ୍ଟ ସ୍ୱାକ୍ଷରିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ମାଣ୍ଡିଆ ସମ୍ପର୍କିତ ସମସ୍ତ ପ୍ରକାର କାର୍ଯ୍ୟରେ ସହଯୋଗିତା ନିମନ୍ତେ ଇଣ୍ଡିଆ ମିଲେଟ୍ ଇନିସିଏଟିଭ୍‌, ୟୁଏସଏର ସର୍ଗମ୍ ୟୁନାଇଟେଡ୍ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ଏକ୍ସପ୍ରେସନ ଅଫ୍ ଇନ୍‌ଟରେଷ୍ଟ ସ୍ୱାକ୍ଷରିତ ହୋଇଯାଇଛି । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ଜଳ ଏବଂ ମୃତିକା ସଂରକ୍ଷଣ ଏବଂ ଖାଦ୍ୟ ସୁରକ୍ଷା କାର୍ଯକ୍ରମ ଗୁଡ଼ିକର ପ୍ରସାର କରାଇବା ସହ ମରୁଡି ସହନଶୀଳ କ୍ଷୁଦ୍ର ଶସ୍ୟ ଫସଲ ଓ ଯଓ୍ୟାର (ସର୍ଗମ୍‌) ଇତ୍ୟାଦିର ପ୍ରୋତ୍ସାହନ । ଏହା ଉଦ୍ୟମ ଫଳରେ ଭାରତରେ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ ଫସଲକୁ ପ୍ରୋତ୍ସାହନ ମିଳିବା ସହିତ ଆନ୍ତର୍ଜାତିକ ମାଣ୍ଡିଆ ଦଶନ୍ଧୀ (୨୦୨୪-୩୪)ର ସମସ୍ତ କାର୍ଯ୍ୟକ୍ରମକୁ ମତ ବିନିମୟ, ଗବେଷଣା, ବାଣିଜ୍ୟ ଓ ସରକାରୀ ଓ ବେସରକାରୀ ଉଦ୍ୟମ ମାଧ୍ୟମରେ ସମର୍ଥନ ମିଳିବ ।
    ଓଡ଼ିଶାରେ ମାଣ୍ଡିଆ ଓ କ୍ଷୁଦ୍ର ଶସ୍ୟକୁ ନେଇ ବିଭିନ୍ନ କାର୍ଯ୍ୟରେ ସହଯୋଗିତା ନିମନ୍ତେ ସୋଆର ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ) ଠାରେ ଏକ ଇଣ୍ଡୋ-ୟୁଏସ୍ ମିଲେଟ୍ ଇନିସିଏଟିଭ୍ ଆରମ୍ଭ କରାଯିବ। ଏହି ଇଓଆଇରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆନ୍ତର୍ଜାତିକ ଏନ୍‌ଜିଓ ସର୍ଗମ୍ ୟୁନାଇଟେଡ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଶ୍ରୀ ନେଟ୍ ବ୍ଲମ୍ ଏବଂ ଇଣ୍ଡିଆ ମିଲେଟ୍ ଇନିସିଏଟିଭ୍‌ର ଅଧ୍ୟକ୍ଷ ଡକ୍ଟର ସତ୍ୟେନ୍ ଯାଦବ ସ୍ୱାକ୍ଷର କରିଥିଲେ ।
    ହର୍ଟିକଲ୍‌ଚର୍ ପ୍ରଡ୍ୟୁସ୍ ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ସମର୍ଥିତ ଏବଂ ଲକ୍ଷେ୍ନା÷ ଠାରେ ଇଣ୍ଡିଆନ୍ ସୋସାଇଟିଜ୍ ଆକ୍ଟ, ୧୮୬୦ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଇଣ୍ଡିଆନ୍ ମିଲେଟ୍ ଇନିସିଏଟିଭ୍ ଭାରତର ବିଭିନ୍ନ କୃଷି କ୍ଷେତ୍ରକୁ ନେଇ କାର୍ଯ୍ୟ କରୁଛି । ମାଣ୍ଡିଆକୁ ପ୍ରଚାର ପ୍ରସାର କରିବା ଦିଗରେ ଅଧିକ ସଂଖ୍ୟକ କୃଷକ, ପ୍ରୋସେସର, ବିକ୍ରେତା, ଉତ୍ପାଦନକାରୀ ଏବଂ ସହଯୋଗୀମାନଙ୍କୁ ଏକତ୍ରିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ସର୍ଗମ୍ ୟୁନାଇଟେଡ୍‌ର ମୁଖ୍ୟ ଶ୍ରୀ ବ୍ଲମ୍ ସର୍ଗମ୍ ଉତ୍ପାଦନ ଏବଂ ବ୍ୟବସାୟ କ୍ଷେତ୍ରରେ ଏକ ବିଶେଷଜ୍ଞ ହୋଇଥିବା ବେଳେ ଡକ୍ଟର ଯାଦବ ଜଣେ କୃଷି ବ୍ୟବସାୟୀ ବିଶେଷଜ୍ଞ ଯାହାଙ୍କର ଶୈକ୍ଷିକ ଓ ଗବେଷଣା ଭିତିକ ଜ୍ଞାନ ରହିଛି । ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବି.କେ. ସାହୁ, ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା, ସିସିଏସ୍‌ଏର ପ୍ରଫେସର ଏମରିଟସ୍ ପ୍ରଫେସର ୟୁ.ସି. ମହାନ୍ତି, ଆଇଏଏସ୍‌ର ରିସର୍ଚ୍ଚ କୋଅର୍ଡିନେଟର ପ୍ରଫେସର ଜେ.ଏମ୍ ଗୁଲାଟି, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡ. ଅଂଶୁମାନ ଜେନା ଓ ଡ. ଶୁଭପ୍ରଦ ଦାସ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.4 ° C
    30.4 °
    30.4 °
    29 %
    1.2kmh
    100 %
    Thu
    29 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ