Saturday, October 3, 2026
23 C
Odisha

    ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

    ଆଗକୁ ପଢନ୍ତୁ

    କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ ବେଳେ ସାଥୀରେ ରହିଥିଲେ ।ସୋନିଆ ଗାନ୍ଧୀ ନାମାଙ୍କନପତ୍ର ଦାଖଲ କରିବା ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିଥିବା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏହାକୁ ସ୍ୱାଗତ କରୁଛି । ରାଜସ୍ଥାନ ସହ ସୋନିଆଙ୍କ ସର୍ମ୍ପକ ବେଶ ଭଲ । ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ସହ ଆଦିବାସୀ ବହୁଳ ଜିଲ୍ଲା ଗସ୍ତରେ ଆସିଥିଲେ । ରାଜସ୍ଥାନରେ ଯେତେବେଳେ ମରୁଡି ପଡିଥିଲା ସେତେବେଳେ ସୋନିଆ ଗାନ୍ଧୀ ରାଜସ୍ଥାନବାସୀଙ୍କୁ ସହାୟତା କରିବାକୁ ଜିଲ୍ଲା ଗସ୍ତ କରି ବାସ୍ତବ ସ୍ଥିତି ପରଖିଥିଲେ । ଯାହାକୁ ଏଯାଏଁ ଭୁଲିନାହାନ୍ତି ରାଜସ୍ଥାନବାସୀ । ରାଜସ୍ଥାନର ବିକାଶ ଦିଗରେ ସୋନିଆଙ୍କର ଅବଦାନ ମଧ୍ୟ କିଛି କମ ନୁହେଁ । ତାଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ ଭାବେ ଘୋଷଣା ପରେ ପୂରା ରାଜ୍ୟରେ ଖୁସିରେ ଲହରୀ ଖେଳିଯାଇଛି ।ସୋନିଆ ଗାନ୍ଧୀ ଏବେ ରାଏବରେଲିରୁ ସାଂସଦ ରହିଛନ୍ତି । ସୋନିଆଙ୍କ ସମେତ କଂଗ୍ରେସ ଆଉ ୪ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଛି । ବିହାରରୁ ଅଖିଳେଶ ପ୍ରସାଦ, ହିମାଚଳ ପ୍ରଦେଶରୁ ଅଭିଷେକ ମନୁ ସିଂଘଭି, ମହାରାଷ୍ଟରୁ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ