Monday, August 18, 2025
27.1 C
Odisha

    ସାହସିକତା ପାଇଁ ଓଡ଼ିଆ ପୁଅ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଯବାନମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଥିଲେ। ମୋଟ ୧୦ଟି କୀର୍ତ୍ତି ଚକ୍ର (୭ଟି ମରଣୋତ୍ତର) ଓ ୨୬ଟି ଶୌର୍ଯ୍ୟ ଚକ୍ର (୭ଟି ମରଣୋତ୍ତର) ପ୍ରଦାନ କରାଯାଇଥିଲା।

    ପ୍ରତିବର୍ଷ ସାହସିକତା ପ୍ରଦର୍ଶନ କରୁଥିବା ସେନା, ସିଆରପିଏଫ, ଆଇଟିବିପି ଏବଂ ପୁଲିସର ଯବାନ ଓ ଅଧିକାରୀମାନଙ୍କୁ ବିଭିନ୍ନ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ ୭-୭ ଜଣ ସୁରକ୍ଷା କର୍ମୀଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    27.1 ° C
    27.1 °
    27.1 °
    85 %
    3.1kmh
    100 %
    Mon
    27 °
    Tue
    27 °
    Wed
    29 °
    Thu
    30 °
    Fri
    26 °

    ସମ୍ବନ୍ଧିତ