Monday, September 14, 2026
29.6 C
Odisha

    ଦକ୍ଷିଣ ଭାରତରୁ ଆସିଛନ୍ତି ଏହି ସବୁ ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀମାନଙ୍କର କୌଣସି ତୁଳନା ନାହିଁ। ସେମାନଙ୍କ ସୌନ୍ଦର୍ଯ୍ୟ ଓ ଦକ୍ଷତା ସଭିଙ୍କୁ ସହଜରେ ନିଜ ଆଡ଼କୁ ଆକୃଷ୍ଟ ‌କରିଥାଏ। ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି,‌ ଯେଉଁମାନଙ୍କ ଘର ଦକ୍ଷିଣ ଭାରତରେ। ସେମାନେ ହିନ୍ଦୀ ସିନେମା ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଇ ସେଥି‌ରେ ସଫଳ ହୋଇଛନ୍ତି। ସେହି ପ୍ରତିଭାମୟୀମାନଙ୍କ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।

    ରେଖା: ଅଶୀ ଦଶକର ଲୋକପ୍ରିୟ ଅଭ‌ିନେତ୍ରୀ ରେଖା ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧିବାରେ କେତେ ସଫଳ, ତାହା କହିବା ଜରୁରୀ ନୁହେଁ। ଅଭିନେତ୍ରୀ ଭାନୁରେଖା ଗଣେଶନ୍‌ଙ୍କ ଜନ୍ମ ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ମାଡ୍ରାସ (ଏବେ ଚେନ୍ନାଇ)ରେ ହୋଇଥିଲା। ବଲିଉଡ୍‌ରେ ସେ ତାଙ୍କର ଦକ୍ଷତା ପ୍ରଦର୍ଶନ କରି ୧୯୮୨ ମସିହାରେ ଜାତୀୟ ପୁରୁସ୍କାର ଓ ୨୦୧୦ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

    ହେମା ମାଳିନୀ: ବଲିଉଡ୍‌ରେ ‘ଡ୍ରିମ୍‌ଗାର୍ଲ’ ଭାବେ ଜଣାଶୁଣା ହେମା ମାଳିନୀ ସିନେମା ଜଗତରେ ନିଜର ଏକ ନିଆରା ଭାବମୂର୍ତ୍ତି ତିଆରେ କରିବାରେ ସଫଳ ହୋଇ ପାରିଛନ୍ତି। ସେ ୧୯୪୮ ମସିହା ଅକ୍ଟୋବର ୧୬ ତାରିଖରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅଭିନୟ ଦକ୍ଷତା ପାଇଁ ହେମାଙ୍କୁ ୨୦୦୦ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଛି।

    ଐଶ୍ବର୍ଯ୍ୟା ରାୟ ବଚ୍ଚନ: ୧୯୯୪ ମସିହାରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧି ଭାରତ ପାଇଁ ଗର୍ବର ବିଷୟ ବନିଥିବା ଅଭିନେତ୍ରୀ ଐଶ୍ବର୍ଯ୍ୟା ପାଖାପାଖି ୫୦ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଛନ୍ତି। ବିଶ୍ବ ସୁନ୍ଦରୀ ସମ୍ମାନକୁ ମିଶାଇ ସେ ସମୁଦାୟ ୧୪୭ଟି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ କର୍ଣ୍ଣାଟକର ମେଙ୍ଗାଲୁରଠାରେ ୧୯୭୩ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ।

    ଶିଳ୍ପା ସେଟ୍ଟୀ: ଐଶ୍ବର୍ଯ୍ୟାଙ୍କ ପରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଜନ୍ମ ମଧ୍ୟ କର୍ଣ୍ଣାଟକର ମେଙ୍ଗାଲୁରଠାରେ ହୋଇଥିଲା। ୧୯୭୫ ମସିହା ଜୁନ୍‌ ୬ ତାରିଖରେ ଜନ୍ମଲାଭ କରିଥିବା ଶିଳ୍ପା ନିଜର ଅଭିନୟ ଦକ୍ଷତା ପାଇଁ ‘ଫିଲ୍ମ ଫେୟାର୍‌’ ଓ ‘ଆଇଫା’ ସମେତ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

    ଦୀପିକା ପାଦୁକୋନ: ‘ଓମ୍‌ ଶାନ୍ତି ଓମ୍‌’ ସିନେମା‌ରେ ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ନାୟିକା ସାଜିବା ପରେ ଧୀରେ ଧୀରେ ବଲିଉଡ୍‌ରେ ନିଜର ଯାଦୁ ଚଲାଇବା ଆରମ୍ଭ କରି ଦେଇଥିଲେ ଦୀପିକା। ସଂପ୍ରତି ସିନେମା ଜଗତର ଜଣେ ଅଗ୍ରଣୀ ନାୟିକା ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ୮୪ଟି ସମ୍ମାନରେ ସମ୍ମାନିତ ହୋଇ ସାରିଲେଣି ସେ। ଦୀପିକାଙ୍କ ଜନ୍ମ ୧୯୮୬ ମସିହା ଜାନୁଆରି ୫ ତାରିଖ‌ରେ ଡେନ୍‌ମାର୍କରେ ହୋଇଥିବା ବେଳେ ସେ ତାଙ୍କର ପିଲାଦିନ କାଟିଛନ୍ତି କର୍ଣ୍ଣାଟକର‌ ବେଙ୍ଗାଲୁରରେ। ଦୀପିକାଙ୍କ ଜନ୍ମ ପରେ ତାଙ୍କ ପରିବାର ଲୋକ ବେଙ୍ଗାଲୁର ପଳାଇଥିଲେ ରହିବା ପାଇଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ