Monday, September 21, 2026
27.9 C
Odisha

    ଓଡ଼ିଶାରେ ବିଜେପି ସରକାର ଆସିଲେ, ୪ ମାସ ଭିତରେ ଭଦ୍ରକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେବ: ଅମିତ ଶାହ

    ଆଗକୁ ପଢନ୍ତୁ

    ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, ଏଠି ପ୍ରଚୁର ପାଣି ବି ରହିଛି। କିନ୍ତୁ ଓଡ଼ିଶା ଏବେ ବି ଗରିବ। ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ଗରିବୀ ପାଇଁ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦାୟୀ।
    କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପିକୁ ଭୋଟ୍ ଦିଅନ୍ତୁ ଓ ଓଡ଼ିଶାକୁ ସମୃଦ୍ଧ କରନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆରେ ଲେଖି ପାରୁଥିବା ଓ ଓଡ଼ିଆ ପଢ଼ିପାରୁଥିବା ଜଣେ ମୁଖ୍ୟମନ୍ତ୍ରୀ ମିଳିବ। ଓଡ଼ିଶାକୁ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ? ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନର ନିର୍ବାଚନ। ଓଡ଼ିଶାରେ ବି ମୋଦୀଙ୍କ ସରକାର ବନାଇବାକୁ ପଡ଼ିବ। ୭୫ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି। ୪ ଜୁନରେ ନିର୍ବାଚନର ଫଳ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ। ଓଡ଼ିଶାରେ ବିଜେପି ସରକାର ଆସିଲେ ୪ ମାସ ଭିତରେ ଭଦ୍ରକରେ ମେଡିକାଲ୍ କଲେଜ୍ ହେବ ଓ ୬ ମାସରେ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ।

    ଶ୍ରୀ ଶାହ ଆହୁରି ପ୍ରଶ୍ନ କରିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି? ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି। ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି? ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ।

    ସେ ଆହୁରି କହିଛନ୍ତି, ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥୋପିବାକୁ ବସିଛନ୍ତି। ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ।

    ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲେ।ମୋଦୀ ସରକାର ଚାଉଳ ସରକାର, ନବୀନ ଅଖା ସରକାର। ମୋଦୀ ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛନ୍ତି, କିନ୍ତୁ ଏଠିକାର ସରକାର ତା ନାଁ ବଦଳାଇ ବିଜୁ ଆବାସ କରୁଛନ୍ତି।

    ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଇବୁ  ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ  ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କ ଧାନ ୩୧ଶହରେ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ମିଳିବ। ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ