Thursday, November 5, 2026
21.2 C
Odisha

    ଶୋଇଥିବା ଅବସ୍ଥାରେ ୪୩ ବର୍ଷୀୟ ଯୁବକଙ୍କୁ ଦଳିଦେଲା ହାତୀ

    ଆଗକୁ ପଢନ୍ତୁ

    ଗଁଦିଆ : ଗତକାଲି ରାତ୍ରିରେ ନିଜର ଘରେ ଶୋଇଥିବା ସମୟରେ ଏକ ଦାନ୍ତହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରୁ ଜଣାଯାଏ କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ରାମେଇଖମାର ଗ୍ରାମର ଅଖିଳ ଭୋଇଙ୍କର ପୁଅ ପ୍ରମୋଦ ଭୋଇ(୪୩) ନିଜର ଚାଳ ଘରେ ଶୋଇଥିବା ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଏକ ବଡ଼ ଦାନ୍ତ ହାତୀ ଗତକାଲି ରାତ୍ରି ପ୍ରାୟ ସାଢ଼େ ଗୋଟାଏ ସମୟରେ ମୃତକ ପ୍ରମୋଦ ଭୋଇ ଶୋଇଥିବା ଘରର ମାଟି କାନ୍ଥ ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇଥିଲା। କଣ ଶବ୍ଦ ହେବାରୁ ପ୍ରମୋଦର ନିଦ ଭାଙ୍ଗି ଯାଇଥିଲା। ପାଖରେ ଥିବା ପ୍ରମୋଦଙ୍କୁ ଦଳିଦେଇଥିଲା।

    ଅନ୍ୟ ଘରେ ଶୋଇଥିବା ପତ୍ନୀ ଓ ପିଲା ପାଖ ପଡ଼ୋଶୀଙ୍କ ଘରକୁ ଜୀବନ ବିକଳରେ ପଳାଇ ଥିଲେ। ସେଦୁହେଁ ଛାତ ଉପରେ ଚଢି ପାଟି କରିବାରୁ ଗ୍ରାମବାସୀମାନେ ଆସି ତୁରନ୍ତ କପିଳାସ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କପିଳାସ ରେଞ୍ଜ ଅଧିକାରୀ ଓ ହାତୀ ସ୍କ୍ୱାର୍ଡ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନରେ ଜଗି ରହିଛନ୍ତି। ସେମାନେ ଉକ୍ତ ନରହନ୍ତା ହାତୀକୁ ଘଉଡ଼ାଇବା ସହ ଘଟଣା ସ୍ଥଳରେ ମୃତ ପ୍ରମୋଦର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ପଠାଇ ଥିବାର ଜଣାଯାଇଛି। ହାତୀ ଆକ୍ରମଣ ଘଟଣାକୁ ନେଇ ଗ୍ରାମରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.2 ° C
    21.2 °
    21.2 °
    89 %
    0.8kmh
    100 %
    Wed
    21 °
    Thu
    25 °
    Fri
    27 °
    Sat
    27 °
    Sun
    27 °

    ସମ୍ବନ୍ଧିତ