Wednesday, March 18, 2026
31.9 C
Odisha

    ଗ୍ରୀଷ୍ମପ୍ରବାହ ନେଇ ଅଧିକ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତରୁ ରକ୍ଷା ପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
    ପାନୀୟ ଜଳର ବ୍ୟବସ୍ଥା, ସାମୟିକ ଆଶ୍ରୟସ୍ଥଳୀ ନିର୍ମାଣ, ଶ୍ରମ ସମୟ ହ୍ରାସ କରିବା, ସ୍କଲୁ ଓ କଲେଜରେ ଶିକ୍ଷାଦାନ ସମୟ ହ୍ରାସ କରିବା, ଜରୁରୀକାଳିନ ଓ ଡାକ୍ତରୀ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଏସଆରସି । ନିର୍ବାଚନ ଋତୁ ଆରମ୍ଭ ହୋଇଯାଇଥିବାରୁ ରାଲି ସମୟରେ ସତର୍କତା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତ୍ୟେକ ରାଜ୍ୟମାନଙ୍କୁ ଗ୍ରୀଷ୍ମପ୍ରବାହ ନେଇ ମଧ୍ୟ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ