Sunday, September 27, 2026
24.7 C
Odisha

    ଭକ୍ତଙ୍କ ଅପେକ୍ଷାରେ ଶ୍ରୀସେତୁ ଓ ଶ୍ରୀମାର୍ଗ

    ଆଗକୁ ପଢନ୍ତୁ

    ପୁରୀ: ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ (ଶ୍ରୀସେତୁ) ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା (ଶ୍ରୀମାର୍ଗ) ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଭକ୍ତଙ୍କୁ ଅପେକ୍ଷା କରିଛନ୍ତି ଶ୍ରୀମନ୍ଦିର ନିକଟରେ ନେଇ ସୁବିଧାରେ ପହଞ୍ଚାଇବାର ଏହି ଦୁଇ ମାଧ୍ୟମ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଉଦ୍‌‌ଘାଟନ କରିବା ପରେ ଏହା ଭକ୍ତ ଏବଂ ଯାତ୍ରୀଙ୍କୁ ସେବା ଯୋଗାଇବ। ଏଥିପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷାରତ। ଏହି ଦୁଇ ପ୍ରକଳ୍ପକୁ ଅତି ଆକର୍ଷଣୀୟ ଭାବେ ସଜ୍ଜାଇ ଦିଆଯାଇଛି। ଯେ ହେତୁ ପରିକ୍ରମା ଲୋକାର୍ପଣ ପାଇଁ ଏହି ସେତୁ ଏବଂ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶବିଦେଶର ଦେବପୀଠର ମୁଖ୍ୟ ଏବଂ ବିଶିଷ୍ଟ ଅତିଥି ଆସିବେ ସେଥିପାଇଁ ଶ୍ରୀସେତୁ ଏବଂ ଶ୍ରୀମାର୍ଗକୁ ପ୍ରସ୍ତୁତ କରାଯାଇଛି। ଶ୍ରୀସେତୁର ଉଭୟ ପାର୍ଶ୍ବ କାନ୍ଥରେ ପାରମ୍ପରିକ ଝୋଟିଚିତାର ଚମକ ଦେଖିବାକୁ ମିଳୁଥିବା ବେଳେ ଆକର୍ଷଣୀୟ ଚିତ୍ରକଳା ବି ସ୍ଥାନୀତ ହୋଇଛି। ସେହିପରି ଉଭୟ ପାର୍ଶ୍ବରେ ଉତ୍କଳୀଳା କଳା, ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଶୋଭାପାଉଛି ଖଣ୍ଡେଲାଇଟ ପଥରରେ ନିର୍ମିତ ବୃହତ୍‌‌ ପଥର ଭାସ୍କର୍ଯ୍ୟ। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଡିଜାଇନର ଶ୍ରୀସେତୁ ରାଜ୍ୟରେ ପ୍ରଥମକରି ନିର୍ମାଣ ହୋଇଛି। ଏହାର ନିର୍ମାଣ ଡିଜାଇନ ବି ବଡ଼ ବିଚତ୍ର ଶୈଳୀରେ ହୋଇଛି। ହାତୀ ଶୁଣ୍ଢ ଭଳି ଏହି ସେତୁ ଦୂରରୁ ଦେଖାଯିବ। ପୁରୀକୁ ଆସୁଥିବା ଦେଶ ବିଦେଶର ଯାତ୍ରୀ, ପର୍ଯ୍ୟଟକଙ୍କ ପାଇଁ ଏହା ନିଶ୍ଚିତ ମୁଖ୍ୟ ଆକର୍ଷଣ ପାଲଟିବ। ଏହାର ବିଶେଷ୍ୱତ ହେଉଛି ପୁରୀକୁ ଆସୁଥିବା ସମସ୍ତ ଚାରିଚକିଆ ମଙ୍ଗଳାଘାଟ ବାଇପାସ୍‌‌ ଦେଇ ସିଧାସଳଖ ଶ୍ରୀସେତୁ ମାଧ୍ୟମରେ ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ବହୁତଳ ପାର୍କିଂରେ ପହଞ୍ଚିବେ। ସେଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରେ ୧୨ ଶହରୁ ଅଧିକ କାର୍‌‌ ଏବଂ ୩୦୦ରୁ ଊର୍ଦ୍ଧ୍ବ ବାଇକ୍‌‌ ରହିବାର ବ୍ୟବସ୍ଥା ରହିଛି। ଅବଢ଼ା ଯୋଜନାରେ ପ୍ରାୟ ୧୬୧.୪୩ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ୨ କିମି ୩୦୦ ମିଟର ଲମ୍ବର ଶ୍ରୀସେତୁ।
    ସେହିପରି ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର (ଜେବିପିସି)ରୁ ଦୋଳବେଦୀକୁ ସଂଯୋଗ ହୋଇଛି ନୂଆରାସ୍ତା ଶ୍ରୀମାର୍ଗ। ପ୍ରାୟ ୮୦୦ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଏହି ରାସ୍ତାର ଉଭୟ ପାର୍ଶ୍ବକୁ ସବୁଜିମାମୟ କରାଯାଇଥିବା ବେଳେ ଆକର୍ଷଣୀୟ କଳାକୃତି ବି ସ୍ଥାନୀତ କରାଯାଇଛି। ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଜେବିପିସିରେ ଭକ୍ତ ଓ ଯାତ୍ରୀ ପହଞ୍ଚି ସେଠାରେ ଗାଡ଼ି ପାର୍କିଂ କରିବା ପରେ ଏହି ରାସ୍ତାଦେଇ ଚାଲିକି କିମ୍ବା ବ୍ୟାଟେରି ଗାଡିରେ କମ୍‌‌ ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ