Saturday, July 27, 2024
24.5 C
Odisha

    ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି AI, ଅପରାଧୀଙ୍କୁ ଚିହ୍ନଟ ସହ କରାଯିବ ଟ୍ରାକ୍

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ । AI ବ୍ୟବସ୍ଥାରେ ଅପରାଧୀଙ୍କୁ ଚିହ୍ନଟ ସହ ଟ୍ରାକ୍ ମଧ୍ୟ କରାଯିବ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୮୦ପ୍ଲାଟୁନ୍ ଫୋର୍ସ ସହ ସାଢେ ୩ଶହରୁ ଅଧିକ ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ପୁରୀ ଏସପି କନଓ୍ବର ବିଶାଲ ସିଂ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ଯେମିତି ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଥିଲା । ବ୍ୟାରିକେଡିଂ କରାଯିବା ସହ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିବା ନେଇ ସୂଚନା ଦେଇଥିଲେ ପୋଲିସ ଡିଜି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ