Wednesday, March 18, 2026
23.1 C
Odisha

    ପରିଚାଳନା କମିଟି ବୈଠକ ଶେଷ: ନାଟମଣ୍ଡପରେ ଲାଗିବ ଏସି, ନିଆଗଲା ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଏହି ବୈଠକ ଚାଲିଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଶ୍ରୀମନ୍ଦିର ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ରହିଛି । ସେହିପରି ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ମହିଳା, ଛୋଟ ଶିଶୁ, ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି ।

    ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା। ନିୟମିତ ହେବ ନୀତି ସବକମିଟି ବୈଠକ। ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେବ ନୀତି ସବକମିଟି ବୈଠକ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫଏମ୍ ଚ୍ୟାନେଲ ହେବ। ସେହିପରି ବୈଠକରେ ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଥିବାବେଳେ ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି ବ୍ୟବସ୍ଥା କରାଯିବ | ସେହିପରି ଖେଳକୁଦରେ ସମ୍ପୃକ୍ତ ପିଲାଙ୍କ ପାଇଁ ପ୍ରୋତ୍ସାହନ ସହ ଜମିଜମା ସମସ୍ୟା ନେଇ ଓରସାକ୍ ସହାୟତାରେ ସମାଧାନ ହେବ । ସେହିପରି ପହଣ୍ଡି ଅଘଟଣ ପ୍ରସଙ୍ଗରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପରିଚାଳନା କମିଟି। ତିନିଜଣିଆ କମିଟିର ରିପୋର୍ଟ ପ୍ରଦାନ ପରେ ବି ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି । ସେଥିପାଇଁ ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ, ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହେଲା। ।ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁମାନେ ଦାୟୀ କୁହାଯିବ। ପହଣ୍ଡି ସୁପରିଚାଳନା ନେଇ ୯ଟି ବିନ୍ଦୁ ଉପରେ ହୋଇଥିଲା ଆଲୋଚନା। ବାଡଗ୍ରାହୀ ନିର୍ଦ୍ଧାରଣ କରିବେ ରଥ ଉପରେ କେତେଜଣ ସେବକ ରହିବେ। ଜିଲ୍ଲାପାଳ ଏସପିଙ୍କୁ ନେଇ କମିଟି ଗଠନ କରାଯାଇଥିବାବେଳେ ଛାଟେଣୀ ଭଲକରି ବାନ୍ଧିବାକୁ ଆଲୋଚନା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.1 ° C
    23.1 °
    23.1 °
    49 %
    1.3kmh
    87 %
    Wed
    35 °
    Thu
    35 °
    Fri
    36 °
    Sat
    34 °
    Sun
    36 °

    ସମ୍ବନ୍ଧିତ