Wednesday, September 30, 2026
22.9 C
Odisha

    ଷ୍ଟାର ହେଲ୍‌ଥ ଇନସ୍ୟୁରେନ୍ସକୁ ୭୪ ହଜାର ଟଙ୍କା ଜରିମାନା

    ଆଗକୁ ପଢନ୍ତୁ

    ବରଗଡ଼ : ବରଗଡ଼ ଖାଉଟୀ ଅଦାଲତରେ ଏକ ମାମଲାର ବିଚାର କରି ସେବା ଯୋଗାଇଥିବାରେ ବିଫଳ ହୋଇଥିବା ଷ୍ଟାର ହେଲଥ ଇନସ୍ୟୁରେନ୍ସକୁ ୭୪ ହଜାର ଟଙ୍କା ଜରିମାନା କରାଯାଇଛି।। ବରଗଡ଼ ଶକ୍ତିନଗର ନିବାସୀ ଆକାଶ ଅଗ୍ରୱାଲ ସ୍ଥାନୀୟ ବିକାଶ ହସପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କ ବିଲ୍‌କୁ ବୀମା କମ୍ପାନୀ ଦେଇ ନ ଥିଲା। ଏଥିପାଇଁ ସେ ସେବା ଖିଲାପର ଅଭିଯୋଗ କରି ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ବୀମା ସମ୍ପର୍କିତ ସମସ୍ତ କାଗଜପତ୍ର ଓ ହସପିଟାଲର ବିଲ୍‌ ମଧ୍ୟ ଦାଖଲ କରିଥିଲେ। ଖାଉଟୀ ଅଦାଲତ ଏହି ମାମଲାରେ ବୀମା କମ୍ପାନୀକୁ ସ୍ୱାସ୍ଥ୍ୟ ସେବା ବାବଦରେ ୩୯, ୫୪୬ ଟଙ୍କା ସହ ମାନସିକ ନିର୍ଯାତନା ପାଇଁ ଆହୁରି ୨୫ ହଜାର ଟଙ୍କା ଓ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଦେବା ପାଇଁ ଷ୍ଟାର ହେଲଥକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପକ୍ଷରୁ ଆଇନଜୀବୀ ବି.ବେହେରା ଏହି ମାମଲା ପରିଚାଳନା କରୁଥିବା ବେଳେ ଖାଉଟୀ ଅଦାଲଦର ଅଧ୍ୟକ୍ଷ ଜିଗିସା ମିଶ୍ର ଓ ସଦସ୍ୟା ଅଞ୍ଜୁ ଅଗ୍ରୱାଲ ଏହି ମାମଲାର ଶୁଣାଣି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ