Wednesday, December 25, 2024
19.6 C
Odisha

    ଚା’ ଏବଂ କଫି ନୁହେଁ ଆଲୋଭେରା ଜୁସରୁ କରନ୍ତୁ ଦିନର ଆରମ୍ଭ, ମିଳିବ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ଭାରତର ଅଧିକାଂଶ ଲୋକ ଚା’ କିମ୍ବା କଫିରୁ ନିଜ ଦିନର ଆରମ୍ଭ କରନ୍ତି । ଏହି ଲୋକମାନଙ୍କ ମଧ୍ୟରୁ କେତେକଙ୍କର ସକାଳ କଫିନ୍ ବିନା ଆରମ୍ଭ ହୁଏ ନାହିଁ । ଲୋକମାନେ ଏଥିରେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ ବର୍ତ୍ତମାନ ଯଦି ସେମାନେ ସକାଳେ ଚା’ କିମ୍ବା କଫି ପିଉ ନାହାଁନ୍ତି, ତେବେ ସେମାନେ ଦିନସାରା ଭଲ ଅନୁଭବ କରନ୍ତି ନାହିଁ । କିଛି ଲୋକ ସେମାନଙ୍କର ଓଜନ ହ୍ରାସ କରିବା ସମୟରେ ମଧ୍ୟ ଚା ଏବଂ କଫି ଛାଡିବାକୁ ସକ୍ଷମ ନୁହଁନ୍ତି ।

    ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଦିନର ଆରମ୍ଭ କରିବା ପାଇଁ କିଛି ହେଲଥ୍ ଟିପ୍ସ କହିବୁ, ଯାହା ଆପଣଙ୍କୁ କେବଳ ସୁସ୍ଥ ରଖିବ ନାହିଁ ବରଂ ଆପଣଙ୍କ ତ୍ୱଚାକୁ ମଧ୍ୟ ଗ୍ଲୋଇଙ୍ଗ କରିଥାଏ । ସକାଳର ଆରମ୍ଭରେ ଆପଣ ଚା’ ଏବଂ କଫି ବଦଳରେ ହେଲ୍ଦି ଜୁସ ପିଇପାରିବେ । ଦିନ ଆରମ୍ଭ କରିବା ପାଇଁ ଆଲୋଭେରା ଜୁସକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ପ୍ରତିଦିନ ସକାଳେ ଆଲୋଭେରା ଜୁସ ପିଇବା ଦ୍ୱାରା କେବଳ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ ନାହିଁ ବରଂ ଆପଣଙ୍କ ତ୍ୱଚା ଏବଂ କେଶ ମଧ୍ୟ ସୁନ୍ଦର ହୋଇଯାଏ ।

    କେଶରେ ଆଲୋଭେରା ମାସ୍କ ଲଗାଇଲେ ଆଲୋଭେରା ଏହାର ଚମକ ବଢାଇଥାଏ ଏବଂ କେଶକୁ ମଜବୁତ ମଧ୍ୟ କରିଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା କିମ୍ବା ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିବା, କିମ୍ବା ଓରାଲ ହେଲଥରେ ଉନ୍ନତି ଆଣିବା ହେଉ, ଆଲୋଭେରାର ବ୍ୟବହାର ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଆଲୋଭେରା ଜୁସ ପିଇବାର ଉପକାରିତା କ’ଣ ରହିଛି ।

    1. ଆଣ୍ଟିଅକ୍ସିଡାଣ୍ଟରେ ଭରପୂର:

    ଆଲୋଭେରାରେ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପଲିଫେନୋଲ୍ସ ମିଳିଥାଏ । ଏହାର ପ୍ରଚୁର ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ ହେତୁ ଏହା ଶରୀରରେ ମୁକ୍ତ ରେଡିକାଲଗୁଡିକୁ ନିଷ୍କ୍ରିୟ କରିବା ପାଇଁ କାର୍ଯ୍ୟ କରିଥାଏ । ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

    2. ଭିଟାମିନ୍ Cରେ ଭରପୂର:

    ଯେଉଁମାନଙ୍କ ଶରୀରରେ ଭିଟାମିନ୍ ସି ଅଭାବ ଥାଏ ସେମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଆଲୋଭେରା ଜୁସ ପିଇବା ଆବଶ୍ୟକ । ଭିଟାମିନ୍ ସି ହେଉଛି ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ଯାହା ଶରୀରକୁ ଆଇରନ ଅବଶୋଷଣ କରିବାରେ ସାହାଯ୍ୟ କରିଥାଏ । ଆଣ୍ଟିବଡି ଏବଂ କୋଲାଜେନ୍ ତିଆରି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷତକୁ ଭରିବା ପାଇଁ ଆଲୋଭେରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

    3. ଓରାଲ ହେଲଥରେ ଉନ୍ନତି ଆଣିଥାଏ:

    ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣଗୁଡିକ ଆଲୋଭେରା ଜେଲରେ ମିଳିଥାଏ, ଯେଉଁ କାରଣରୁ ଏହା ପାଟିର ମାଢିର ଫୁଲା କମାଇବା ସହିତ ଓରାଲ ହେଲଥରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ମୁହଁରୁ ବାହାରୁଥିବା ଗନ୍ଧରୁ ମୁକ୍ତି ପାଇବା ପାଇଁ, ଆପଣ ପ୍ରତିଦିନ ଆଲୋଭେରା ଜୁସ ସହିତ ଗାର୍ଗଲ୍ ମଧ୍ୟ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    92 %
    1.2kmh
    99 %
    Wed
    19 °
    Thu
    28 °
    Fri
    29 °
    Sat
    30 °
    Sun
    29 °

    ସମ୍ବନ୍ଧିତ