Wednesday, September 16, 2026
24.5 C
Odisha

    ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୀଳାଦ୍ରି ମହୋଦୟାଷ୍ଟମୀ

    ଆଗକୁ ପଢନ୍ତୁ

    ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରତିଷ୍ଠା ହୋଇଥିଲା ଶ୍ରୀମନ୍ଦିର। ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ବଡ଼ଦେଉଳରେ ପାଳିତ ହୋଇଥାଏ ନୀଳାଦ୍ରି ମହୋଦୟଷ୍ଟମୀ। ବୁଧବାର ଶ୍ରୀମନ୍ଦିରରେ ନୀଳାଦ୍ରି ମହୋଦୟାଷ୍ଟମୀ ନୀତି ପାଳନ କରାଯିବ। ଏଥିପାଇଁ ମଙ୍ଗଳବାର ମହାପ୍ରଭୁଙ୍କ ଚନ୍ଦନ ଲାଗି ନୀତି ବଢିବା ପରେ ଭୋଗମଣ୍ଡପ ଘରକୁ ଧୂଆଯାଇ ଚାନ୍ଦୁଆ ବନ୍ଧା ଯାଇଥିଲା। ଏହାପରେ ୧୦୮ ଗରାରେ ପାଣି ଭର୍ତ୍ତି କରାଯାଇଥିଲା। ସେଥିରେ ସୁବାସିତ ଫୁଲ ପକାଯାଇ ସରା ଘୋଡାଇ ଚାନ୍ଦୁଆ ତଳେ ଚାରି ପନ୍ତି କରି ରଖାଯାଇଥିଲା। ପୂଜାପଣ୍ଡା ଆସି ଏହି ଜଳକୁ ଅଧିବାସ କରିଥିଲେ। ବୁଧବାର ମହାପ୍ରଭୁଙ୍କୁ ଏହି ଜଳ ଲାଗି କରାଯିବ।

    ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ରାତି ୩ଟାରେ ଦ୍ୱାରଫିଟି ଭୋର ୪ଟାରେ ମଙ୍ଗଳ ଆଳତି ଏବଂ ବୁଧବାର ସକାଳ ସାଢେ ୭ଟାରୁ ୯ଟା ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ । ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ । ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ । ସ୍କନ୍ଦ ପୁରାଣ ଅନୁସାରେ ନିଳାଦ୍ରୀ ମହୋଦୟ ଦିବସରେ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ୟ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ