Sunday, February 1, 2026
16.3 C
Odisha

    ମାର୍ଚ୍ଚ ୩୧ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏନେଇ ଶୀଘ୍ର ନିଷ୍ପତ୍ତି ନେବେ ବିଜେପି ଜାତୀୟ ନେତୃତ୍ବ। ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଆହୁରି କହିଛନ୍ତି, ମାର୍ଚ୍ଚ ୧୫ ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ସଞ୍ଜୟ ଜୟସ୍ବାଲଙ୍କ ସହ ଆଲୋଚନା କରାଯିବ। ଏହାଛଡ଼ା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାନଙ୍କ ନାମ ଯଥା ସମୟରେ ଘୋଷଣା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.3 ° C
    16.3 °
    16.3 °
    93 %
    1.7kmh
    85 %
    Sun
    30 °
    Mon
    31 °
    Tue
    31 °
    Wed
    33 °
    Thu
    33 °

    ସମ୍ବନ୍ଧିତ