Friday, April 3, 2026
36.1 C
Odisha

    ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ୧୩ଟି ପ୍ରସ୍ତାବରେ ରହିଛି ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୮କୁ ବୃଦ୍ଧି କରାଯାଇଛି। PHFIକୁ ରାଜଧାନୀରେ 5 ଏକର ଜାଗା ଦିଆଯିବ । ପଞ୍ଚାୟତରୁ ଲୋକେ ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯିବେ। ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ଲାଇଭ ଷ୍ଟ୍ରିମିଂ ହେବ। ନଗର ଉନ୍ନୟନ ବିଭାଗରେ ୩୬୫ ଇଂଜିନିୟର ପଦବୀ ସୃଷ୍ଟି ହେବ। ୧୧୦ଟି ସହାରଞ୍ଚଳରେ LED ଲାଇଟ ପାଇଁ ୩୧୨ କୋଟି ୧୮ ଲକ୍ଷ ଅନୁମୋଦନ ହୋଇଛି।
    ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିକ୍ରମା ଉତ୍ସବ ଉପଲକ୍ଷେ ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ। ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ବ୍ୟାପକ ଜନ ସଚେତନତା କରାଯିବ । ସାମଗ୍ରିକ ବିକାଶ କରି ଆକାଂକ୍ଷୀ ପଞ୍ଚାୟତ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତସ୍ତରରେ ଭଲ କାମ କରିଥିବା ଲୋକଙ୍କୁ ସ୍ବୀକୃତି ମିଳିବ। ପ୍ରତି ପଞ୍ଚାୟତକୁ ୩ ଲକ୍ଷ ଲେଖାଏଁ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ