Saturday, September 12, 2026
23.8 C
Odisha

    ୧୨ ମାସର ୧୨ଟି ପ୍ରମୁଖ ଘଟଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୩ରେ ଦେଶ ଅନେକ ସଫଳତା ହାସଲ କରିଛି। ସେଥି ମଧ୍ୟରୁ ଚନ୍ଦ୍ରାୟାନ୍ ମିଶନ୍ , ଜି-୨୦ ସମ୍ମଳନୀରେ ଭାରତର ଅଧ୍ୟକ୍ଷତା ଏବଂ ଆଦିତ୍ୟ-ଏଲ୍ -୧ ମିଶନ୍ ଭାରତକୁ ବିଶ୍ବ ସ୍ତରରେ ଏକ ନୂଆ ପରିଚୟ ଦେଇଛି । ଏହା ସହ ଭାରତର ନୂତନ ସଂସଦ ଭବନ, ଟନେଲରେ ଫସିଥିବା ଲୋକଙ୍କୁ ଉଦ୍ଧାର ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତର ଯୋଗଦାନ ବେଶ୍ ଖାସ୍ ରହିଥିଲା। ଆସନ୍ତୁ ଜାଣିବା ଗତ ବାର ମାସରେ ଭାରତରେ ଘଟିଥିବା ମୁଖ୍ୟ ଘଟଣା ସବୁ କଣ ଥିଲା।

    ଜାନୁଆରୀ: ଚଳିତ ବର୍ଷର ଆରମ୍ଭ କିଛି ଖାସ୍ ନଥିଲା । କାରଣ ଭାରତର ବହୁ ପ୍ରତିଷ୍ଠିତ ମହିଳା କୁସ୍ତିଯୋଦ୍ଧା କୁସ୍ତି ମହାସଂଘର ପ୍ରମୁଖ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଯୌନ ଶୋଷଣ ମାମଲାରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ମୁଖ୍ୟ ଦାବି ଥିଲା ଯେ, ବ୍ରିଜ୍ ଭୂଷଣଙ୍କୁ ତାଙ୍କ ପଦରୁ ବହିଷ୍କୃତ କରାଯାଉ ଏବଂ ଘଟଣାର ଅଧିକ ତଦନ୍ତ ହେଉ। ମାସ ସାରା ଏହି ଖବର ଚର୍ଚ୍ଚାରେ ରହିଥିଲା ।

    ଫେବୃଆରୀ: ଭାରତୀୟ ଦଳ ଆଇଆଇସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରି କ୍ରିକେଟ୍ ଜଗତରେ ନୂତନ ଇତିହାସ ରଚିଥିଲା। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ମୁହୂର୍ତ୍ତ ଥିଲା। ଅନ୍ୟପଟେ ଭାରତୀୟ ଟିମ୍ କ୍ରିକେଟ୍ ର ସମସ୍ତ ଫର୍ମାଟ୍ ରେ ଏକ ନମ୍ବର ଦଳ ହୋଇପାରିଥିଲା ।

    ମାର୍ଚ୍ଚ: ରାଜନୈତିକ କ୍ଷେତ୍ରରେ ବେଶ୍ ସରଗରମ ରହିଥିଲା । ତେବେ ପୂର୍ବାଞ୍ଚଳ ରାଜ୍ୟରେ ନିର୍ବାଚନ ଏବଂ ରାହୁଲ୍ ଗାନ୍ଧୀ ଲୋକସଭାରେ ଅଯୋଗ୍ୟ ଘୋଷିତ ହେବା ଖବର ଅନେକ ଖବରକାଗଜରେ ହେଡଲାଇନ ପାଲଟିଥିଲା ।

    ଏପ୍ରିଲ୍: ଭାରତ ରେକର୍ଡ ସୃଷ୍ଟି କରିଥିଲା। ଭାରତ ଜନସଂଖ୍ୟା ରେ ଚୀନ୍ କୁ ପଛରେ ପକାଇ ଜନସଂଖ୍ୟା ବହୁଳ ରାଷ୍ଟ୍ରର ମାନ୍ୟତା ପାଇଥିଲା । ମିଳିତ ଜାତିସଂଘର ଆକଳନ ଅନୁଯାୟୀ ଆସନ୍ତା ତିନି ଦଶନ୍ଧି ରେ ଭାରତର ଜନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କିନ୍ତୁ ପରେ ଏହା ଧୀରେ ଧୀରେ ହ୍ରାସ ପାଇବ। ଏପ୍ରିଲ୍ ର ମଧ୍ୟ ଭାଗରେ ଗ୍ୟାଙ୍ଗଷ୍ଟର ନେତା ଅତିକ୍ ଅହମଦ୍ ଏବଂ ତାର ଭାଇ ଅସରଫ୍ କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବାସ୍ତବରେ ଉଭୟଙ୍କୁ ଗଣମାଧ୍ୟମ ସମ୍ମୁଖରେ ଲାଇଭ୍ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ଆଉ ଏକ ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା ଖଲିସ୍ତାନୀ ନେତା ଅମୃତପାଲ୍ ସିଂହକୁ ପୋଲିସ୍ ବାରମ୍ବାର ପିଛା କରିବା ପରେ ତାକୁ ଧରିବା ରେ ସଫଳ ହୋଇଥିଲା। ଏବେ ଅମୃତପାଲ୍ କୁ ଜେଲ୍ ରେ ରଖାଯାଇଛି।

    ମେ: ଦେଶ ପାଇଁ ବହୁତ ଚ୍ୟାଲେଞ୍ଜ ଭରା ରହିଥିଲା । ମାସଟି ଏକ ବିବାଦରୁ ଆରମ୍ଭ ହୋଇଥିଲା । ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଏକ ବଡ ଧରଣର ସଂଘର୍ଷ ହୋଇଥିଲା । ଯେଉଁଥିରେ କି ସମଗ୍ର ମଣିପୁର ନିଆଁ ଲାଗିବା , ଅପହରଣ , ହତ୍ୟା ଭଳି ଅପରାଧ ସହ ସଂଘର୍ଷ କରୁଥିଲା । ରାଜନୈତିକ ମଞ୍ଚରେ ମଧ୍ୟ ଏହି ଘଟଣାକୁ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲୁ ରହିଥିଲା । ଅବଶ୍ୟ ମାସର ଆରମ୍ଭ ଯେତେ ଖରାପରୁ ହୋଇଥିଲା ଶେଷ ବେଳକୁ ଭାରତ ତାର ନୂଆ ତଥା ଅତ୍ୟାଧୁନିକ ସଂସଦ ଭବନ ପାଇଥିଲା । ୯୭୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସଂସଦ ଭବନ ଟି ମେ ୨୮ ତାରିଖରେ ଉଦଘାଟନ ହୋଇଥିଲା ।

    ଜୁନ୍: ଏହି ମାସ ଆରମ୍ଭ ଦେଶ ପାଇଁ ଅତି ହୃଦୟ ବିଦାରକ ଥିଲା । ଜୁନ୍ ୨ରେ ଓଡିଶାରେ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ,ଏସଏମ୍ବିଟି ବାଙ୍ଗଲୋର୍ – ହାଓଡା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡି ୩ଟି ଯାକ ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଯେଉଁଥିରେ କି ଶହ ଶହ ଲୋକ ପ୍ରାଣ ହରାଇଥିଲେ । ସୂଚନା ଅନୁଯାୟୀ , ପ୍ରାୟ ୩୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୮୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ଲୋକଙ୍କ ମନରେ ଏକ ଗଭୀର ଛାପ ଛାଡି ଯାଇଛି ।

    ଜୁଲାଇ : ତିନୋଟି ପ୍ରମୁଖ ଘଟଣା ହେଡଲାଇନରେ ରହିଥିଲା । ମଣିପୁରରେ ହୋଇଥିବା ହିଂସା କାରଣରୁ ପୁରା ରାଜ୍ୟରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା । କିଛି ଦିନ ପରେ ମଣିପୁରରେ ପୁଣି ଇଣ୍ଟରନେଟ୍ ସେବା ଚାଲିଥିଲା । ଯାହା ପରେ ଏକ ଲଜ୍ଜାଜନକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ କି ବହୁତ ସାରା ପୁରୁଷ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବିଚ୍ ରାସ୍ତାରେ ନେଇ ବୁଲୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ସେହିପରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଏବଂ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା । ଏହି ବିପର୍ଯ୍ୟୟ ଯୋଗୁଁ ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ହିମାଚଳରେ ପ୍ରାୟ ୧୨,୦୦୦ କୋଟି ଟଙ୍କାର କ୍ଷତି ହୋଇଥିଲା । ଏହି ଅଶାନ୍ତ ମାସରେ ଭାରତ ଏକ ଇତିହାସ ସୃଷ୍ଟି କରିଥିଲା । ଭାରତ ଜୁଲାଇ ୧୪ରେ ଐତିହାସିକ ଚନ୍ଦ୍ରଯାନ ର ମିଶନ୍ ର ସଫଳ ଲଞ୍ଚ କରିଥିଲା ।

    ଅଗଷ୍ଟ : ଭାରତ ପାଇଁ ଏକ ଐତିହାସିକ ମାସ ବୋଲି ପ୍ରମାଣିତ ହୋଇଛି । ଅଗଷ୍ଟ ୨୩ରେ ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ଭାରତ ହେଲା ପ୍ରଥମ ଦେଶ। ଏହି ଐତିହାସିକ ସଫଳତା ପରେ ସାରା ବିଶ୍ବରୁ ଭାରତକୁ ପ୍ରଶଂସା ସୁଅ ଛୁଟିଥିଲା ।

    ସେପ୍ଚେମ୍ବର : ସାରା ବିଶ୍ବରେ ନାଁ କମେଇଥିଲା ଭାରତ। ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଦେଶର ରାଜଧାନୀରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବହୁ ଶକ୍ତିଶାଳୀ ବିଶ୍ବ ନେତା ଅଂଶଗ୍ରହଣ କରିଥିଲେ। ଅକ୍ଟୋବରରେ ଜି-୨୦ର ସଫଳତା ପରେ ୧୩ ଏବଂ ୧୪ ଅକ୍ଟୋବରରେ ଭାରତରେ ପି-୨୦ ସମ୍ମିଳନୀ ଆୟୋଜିତ ହୋଇଥିଲା । ଦିଲ୍ଲୀର ଦ୍ବାରକା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନଭେସନ୍ ଏବଂ ଏକ୍ସପୋ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ମାସରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ମଧ୍ୟ ଦେଇଥିଲେ। ସମଲିଙ୍ଗୀ ବିବାହ କୁ ସର୍ବସମ୍ମତି କ୍ରମେ ମନା କରି ଦେଇଥିଲେ ସୁପ୍ରିମକୋର୍ଟ ।

    ନଭେମ୍ବର : ଅନେକ ଦିଗରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଯେତେବେଳେ ପୁରା ଦେଶ ଦିପାବଳୀ ପାଳନ କରୁଥିଲା ସେତେବେଳେ ୪୧ ଶ୍ରମିକ ଉତ୍ତରପ୍ରଦେଶର ସିଲ୍କାରା ଟନେଲ୍ ରେ ଫସି ଯାଇଥିଲେ । ପ୍ରକୃତରେ ଏକ ପ୍ରକଳ୍ପ ରେ କାମ କରୁଥିବା ୪୧ ଜଣ ଶ୍ରମିକ ସବୁଦିନ ପରି ସେଦିନ ମଧ୍ୟ ଟନେଲ୍ ଭିତରକୁ କାମ ପାଇଁ ଯାଇଥିଲେ କିନ୍ତୁ ସେଦିନ ଦୁର୍ଭାଗ୍ୟବଶତଃ ଟନେଲ୍ ରାସ୍ତାରେ ପାହାଡ ଧସିଯିବାରୁ ୪୧ ଜଣ ଶ୍ରମିକ ସେହି ଟନେଲ୍ ଭିତରେ ଫସି ଯାଇଥିଲେ। ଦୀର୍ଘ ୧୭ ଦିନ ପରେ ଟନେଲ୍ ଭିତରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହି ମାସ ଟି ଦୁଃଖଦାୟକ ଥିଲା। ଓ୍ବାଲଡ୍ କପ୍ ସିରିଜ୍ ରେ ଭାରତ ଭଲ ସଫଳତା ହାସଲ କରିଥିଲା । କିନ୍ତୁ ନଭେମ୍ବର ୧୯ ଫାଇନାଲ୍ ରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ରେ ଭାରତର ପରାଜୟ ପରେ ଦେଶର ୧୪୦ କୋଟି ଲୋକଙ୍କ ହୃଦୟ ଭାଙ୍ଗିଯାଇଥିଲା।

    ଡିସେମ୍ବର: ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ମହତ୍ବପୂର୍ଣ୍ଣ ଥିଲା। ଡିସେମ୍ବର ୩ରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ମିଜୋରାମରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଯେଉଁଥିରେ କି ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ ବିଜେପି ନିଜର ଦମଦାର ବିଜୟ ପ୍ରଦର୍ଶନ କରିଥିଲା। ଅନ୍ୟପଟେ ଡିସେମ୍ବର ୧୧ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    2.9kmh
    99 %
    Sat
    25 °
    Sun
    30 °
    Mon
    31 °
    Tue
    30 °
    Wed
    31 °

    ସମ୍ବନ୍ଧିତ