Monday, April 6, 2026
33.6 C
Odisha

    ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ରାଜ୍ୟରେ ବାତ୍ୟା ‘ଦାନା’ ର କୁକାବିଲା ଲାଗି ରାଜ୍ୟ ବାହାରେ ଏନଡିଆରଏଫ ଟିମ୍ ମୁତୟନ କରିବାକୁ ବି ନିବେଦନ କରାଯାଇଛି।

    ଏଣେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ‘ଦାନା’ର ମୁକାବିଲା ଲାଗି ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ନିୟୋଜିତ ହେବେ ୧୭ ଓଡ୍ରାଫ ଟିମ। ଏଥି ମଧ୍ୟରୁ ଗଞ୍ଜାମରେ ୧ ଟିମ, ପୁରୀରେ୨ ଟିମ, ଜଗତସିଂହପୁରରେ ୨ ଟିମ, କେନ୍ଦ୍ରାପଡ଼ାରେ ୨ ଟିମ, କଟକରେ ୧ ଟିମ, ଖୋର୍ଦ୍ଧାରେ ୨ ଟିମ, ଯାଜପୁରରେ ୧ ଟିମ, ଭଦ୍ରକରେ ୨ ଟିମ, ବାଲେଶ୍ଵରରେ ୨ ଟିମ ଓ ମୟୁରଭଞ୍ଜରେ ୨ଟିମ ହେବେ ନିୟୋଜିତ ହୋଇଛନ୍ତି। ଏହାଛଡ଼ା କଟକର ଓଏସଏପି ବାଟାଲିଅନର ଟିମ୍ ମଧ୍ୟ ନିୟୋଜିତ ହେବେ। ତେଣେ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ବି ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ