Tuesday, February 24, 2026
22.1 C
Odisha

    ବାତ୍ୟାରୁ ରକ୍ଷା ପାଇବା ପାଇଁ ଘରେ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଲେକେ ନିଜର ସୁରକ୍ଷା ପାଇଁ ଘରେ ରୁହନ୍ତୁ। ନିଜେ ସୁରକ୍ଷିତ ରିହବା ସହିତ ସଜାଗ ରୁହନ୍ତୁ। ବାତ୍ୟା ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ସରକାର ଓ ପ୍ରଶାସନ ଶତପ୍ରତିଶତ ସତର୍କ ଅଛନ୍ତି। ଏଥି ପାଇଁ କାମ କରୁଛନ୍ତି ଆମ ସରକାର ସକ୍ଷମ ଅଛନ୍ତି। ଜିରୋ କାଜୁଆଲିଟି ନେଇ ପୂର୍ବରୁ କହିସାରିଛି। ସମ୍ଭାବିତ ବାତ୍ୟା ପ୍ରଭାବିତ ସ୍ଥାନରେ ରୁହନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହା କହିଛନ୍ତି।

    ସ୍ଥାନୀୟ ରାଜୀବ ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମକ୍ଷା ବୈଠକରେ ଯୋଗଦେଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ଲୋକଙ୍କୁ ଆଜି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସରକାର ୧୦ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିରୁ ଆଜି ସନ୍ଧ୍ୟା ସୁଦ୍ଧା ୩୦ ପ୍ରତିଶତ ଲୋକ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ସାରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ଆଜିଠାରୁ ରନ୍ଧା ଖାଦ୍ୟ ଦିଆଯିବା ଆରମ୍ଭ ହୋଇଛି। ଶୁଖିଲା ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଛି। ଆସନ୍ତାକାଲି ପୂର୍ବାହ୍‌ଣ ୧୧ଟା ସୁଦ୍ଧା ୯୦ ପ୍ରତିଶତ ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ପହଞ୍ଚିବେ। ବାକି ୧୦ ପ୍ରତିଶତ ଆସନ୍ତାକାଲି ସନ୍ଧ୍ୟା ପୂର୍ବରୁ ପହଞ୍ଚି ସାରିଥିବେ। ସେଥି ପାଇଁ ବିଭିନ୍ନ ଟିମ୍‌ କାମ କରୁଛନ୍ତି। ୧୦ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛୁ।
    Sambad icon

    ଦେଶ- ବିଦେଶ
    ଇସ୍ରାଏଲ୍-ହମାସ୍ ଯୁଦ୍ଧ
    ରାଜ୍ୟ
    ଜିଲ୍ଲା
    ମହାନଗର
    ଖେଳ
    ଅର୍ଥନୀତି
    ରାଜନୀତି
    ମନୋରଞ୍ଜନ
    ବିଶେଷ
    ଅପରାଧ
    ଜୀବନଚର୍ଯ୍ୟା
    ରାଶିଫଳ
    ସମ୍ପାଦକୀୟ
    ପୁନଶ୍ଚ ପୃଥିବୀ
    Authors
    Powered by :

    Leading
    ବାତ୍ୟାରୁ ରକ୍ଷା ପାଇବା ପାଇଁ ଘରେ ରୁହନ୍ତୁ: ମୁଖ୍ୟମନ୍ତ୍ରୀ
    ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଲେକେ ନିଜର ସୁରକ୍ଷା ପାଇଁ ଘରେ ରୁହନ୍ତୁ। ନିଜେ ସୁରକ୍ଷିତ ରିହବା ସହିତ ସଜାଗ ରୁହନ୍ତୁ। ବାତ୍ୟା ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ସରକାର ଓ ପ୍ରଶାସନ ଶତପ୍ରତିଶତ ସତର୍କ ଅଛନ୍ତି।

    Mahendra Sahu profile image
    by
    Mahendra Sahu
    Updated 23 Oct 2024 20:14 IST

    ବାତ୍ୟାରୁ ରକ୍ଷା ପାଇବା ପାଇଁ ଘରେ ରୁହନ୍ତୁ: ମୁଖ୍ୟମନ୍ତ୍ରୀ
    ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଲେକେ ନିଜର ସୁରକ୍ଷା ପାଇଁ ଘରେ ରୁହନ୍ତୁ। ନିଜେ ସୁରକ୍ଷିତ ରିହବା ସହିତ ସଜାଗ ରୁହନ୍ତୁ। ବାତ୍ୟା ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ସରକାର ଓ ପ୍ରଶାସନ ଶତପ୍ରତିଶତ ସତର୍କ ଅଛନ୍ତି। ଏଥି ପାଇଁ କାମ କରୁଛନ୍ତି ଆମ ସରକାର ସକ୍ଷମ ଅଛନ୍ତି। ଜିରୋ କାଜୁଆଲିଟି ନେଇ ପୂର୍ବରୁ କହିସାରିଛି। ସମ୍ଭାବିତ ବାତ୍ୟା ପ୍ରଭାବିତ ସ୍ଥାନରେ ରୁହନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହା କହିଛନ୍ତି।

    ସ୍ଥାନୀୟ ରାଜୀବ ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମକ୍ଷା ବୈଠକରେ ଯୋଗଦେଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ଲୋକଙ୍କୁ ଆଜି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସରକାର ୧୦ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିରୁ ଆଜି ସନ୍ଧ୍ୟା ସୁଦ୍ଧା ୩୦ ପ୍ରତିଶତ ଲୋକ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ସାରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ଆଜିଠାରୁ ରନ୍ଧା ଖାଦ୍ୟ ଦିଆଯିବା ଆରମ୍ଭ ହୋଇଛି। ଶୁଖିଲା ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଛି। ଆସନ୍ତାକାଲି ପୂର୍ବାହ୍‌ଣ ୧୧ଟା ସୁଦ୍ଧା ୯୦ ପ୍ରତିଶତ ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ପହଞ୍ଚିବେ। ବାକି ୧୦ ପ୍ରତିଶତ ଆସନ୍ତାକାଲି ସନ୍ଧ୍ୟା ପୂର୍ବରୁ ପହଞ୍ଚି ସାରିଥିବେ। ସେଥି ପାଇଁ ବିଭିନ୍ନ ଟିମ୍‌ କାମ କରୁଛନ୍ତି। ୧୦ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛୁ।

    ରାଜ୍ୟ ସରକାର ବାତ୍ୟା ପରିଚାଳନାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରିଛନ୍ତି। ଏଥି ପାଇଁ ସରକାର ଏବାବଦରେ ସମୟ ସମୟରେ ସମୀକ୍ଷା କରୁଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମନ୍ତ୍ରୀ ଓ ଅଧିକାରୀଙ୍କୁ ଅବଗତ କରାଯାଉଛି।
    -ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

    ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ସାରିଛନ୍ତି। ବାତ୍ୟାକୁ ଦୃଷ୍ଟିରେ ରଖି ମନିଟରିଂ କରୁଛନ୍ତି। ଏସ୍‌ଆରସି ଜିଲ୍ଲାପାଳମାନଙ୍କ ସହିତ ‌ଯୋଗାଯୋଗରେ ଅଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ କେମିତି ପହଞ୍ଚାଯାଉଛି, ଆତ୍ୟାବଶ୍ୟକ ସାମଗ୍ରୀ, ଓଡ୍ରାଫ, ଏନ୍‌ଡିଆରଏଫ, ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି କି ନାହିଁ, ତଦାରଖ କରୁଛନ୍ତି।

    ରାଜୀବ ଭବନସ୍ଥିତ କଣ୍ଟ୍ରୋଲ ରୁମରୁ ଆମେରିକା, ୟୁରେପୀୟର ପାଣିପାଗ ସଂସ୍ଥା ସହିତ ଯୋଗାଯୋଗ ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଅଧିକ ସତର୍କ ରହିଛନ୍ତି ଟିମ୍‌। ଗତିପଥ ବଦଳିବା ନେଇ ଆଶଙ୍କାରେ ପୁରୀ, କଟକ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରରେ ବ୍ୟବସ୍ଥା କରାଯାଇଛି। ମନ୍ତ୍ରୀ, ବିଧାୟକ ସଚିବ, ଜିଲ୍ଲାପାଳମାନେ ଦାୟିତ୍ବର ସହିତ ପ୍ରସ୍ତୁତି କାମରେ ନିୟୋଜିତ ଅଛନ୍ତି।

    ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଏସ୍‌ଆରସି ଦେଓରଂଜନ ସିଂହ, ଶକ୍ତି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.1 ° C
    22.1 °
    22.1 °
    41 %
    1kmh
    99 %
    Tue
    33 °
    Wed
    33 °
    Thu
    34 °
    Fri
    35 °
    Sat
    37 °

    ସମ୍ବନ୍ଧିତ