Wednesday, March 12, 2025
27.8 C
Odisha

    ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବିଦ୍ୟୁତ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ୬ ଦିନରେ ପହଞ୍ଚିଛି ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ । ସର୍ବନିମ୍ନ ମଜୁରୀ ବୃଦ୍ଧି, ସମାନ କାର୍ଯ୍ୟକୁ ସମାନ ଦରମା, ଠିକା ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ ଆଦି ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି ବିଦ୍ୟୁତ୍ କର୍ମଚାରୀ । ପୂର୍ବରୁ ମହାସଂଘ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ଟାଟା ପାୱାର ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଏଯାଏଁ ଦାବି ପୂରଣ ହୋଇନଥିବାରୁ ଧାରଣା ଦେଇଛି ସଂଘ । ଯଦି ରାଜ୍ୟ ସରକାର ଆଜି ଦାବି ପୂରଣ ନକରନ୍ତି ତାହାଲେ ଆନ୍ଦୋଳନ ଜୋରଦାର କରିବାକୁ ସଂଘ ଚେତାବନୀ ଦେଇଛି ।ଆସନ୍ତାକାଲି ଠାରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ । ଲୋୟର ପିଏମଜିରେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ସଂଘର କର୍ମଚାରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ୯ଟି ଜିଲ୍ଲାର ୨୦ଟି ଡିଭିଜନର କର୍ମଚାରୀ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    16 %
    1.2kmh
    0 %
    Wed
    31 °
    Thu
    39 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ