Wednesday, February 5, 2025
34.5 C
Odisha

    ଶିକ୍ଷକଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତ ନୁହଁନ୍ତି ଛାତ୍ରଛାତ୍ରୀ । କାନ୍ଦବୋବାଳିରେ ଫାଟିପଡିଲା ସ୍କୁଲ ପରିସର

    ଆଗକୁ ପଢନ୍ତୁ

    ଶିକ୍ଷକଙ୍କ ଅଶ୍ରୁଳ ବିଦାୟ । ଝିଅ ଯେପରି ଶାଶୁ ଘରକୁ ଗଲେ ପରିବାର ଲୋକେ ମନ ଦୁଖରେ କାନ୍ଦିଥାନ୍ତି ଠିକ୍ ସେପରି ଶିକ୍ଷକଙ୍କ ଅବସର ସମୟରେ କାନ୍ଦିଛନ୍ତି ଛାତ୍ରଛାତ୍ରୀ । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ପିଲାଙ୍କ ଠୁ ବୁଢା ଏମିତକି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଆଖିରୁ ମଧ୍ୟ ଝରୁଛି ଲୁହ । ବାଜାବାଣରେ ଶୋଭାଯାତ୍ରାରେ ଅବସର ନେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ସାହୁ । ଏଭଳି ନିଆରା ବିଦାୟକାଳିନ ସମ୍ବର୍ଦ୍ଧନାର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ତାମ୍ପଦା ଗାଁରେ ।୩୩ ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ ଆଦର୍ଶ ଶିକ୍ଷକଙ୍କ ବିଦାୟକାଳିନ ଦୃଶ୍ର ଥିଲା ହୃଦୟବିଦାରକ । ସାରଙ୍କୁ ଏକ ଖୋଲା ଜିପରେ ବସାଇ ଶୋଭାଯାତ୍ରାରେ ପୁରା ତାମ୍ପଦା ଗାଁ ପରିକ୍ରମା କରିବା ପରେ ଶେଷରେ ତାଙ୍କ ଘର ଟୋଲା ଗାଁ ପର୍ଯ୍ୟନ୍ତ ଯାଇଥିଲେ । ତାମ୍ପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ୬ ବର୍ଷ ପାଠ ପଢାଇବା ପରେ ଅବସରରେ ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ