Tuesday, October 13, 2026
26.9 C
Odisha

    କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ବୌଦ୍ଧ  :  ଗଞ୍ଜେଇ ଭର୍ତ୍ତି ଇନୋଭା କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ଛକରେ ଭୟଙ୍କର ଦୁର୍ଘଟଣା ।  ମୃତକ ହେଲେ ଚମ୍ପାପୁର ଗ୍ରାମର ଅଶୋକ ଅଦର । ଘଟଣା ସ୍ଥଳରେ ଳାଗିରହିଛି ଉତ୍ତେଜନା । ସେପଟେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଫୁଲବାଣି ପଟୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ ଗଞ୍ଜେଇ ବୋଝେଇ ଇନୋଭା କାରଟି ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକଟି ୨୦ ଫୁଟ ତଳକୁ ଖସି ପଡିଥିବାବେଳେ ଘଟଣା ସ୍ଥଳରେହିଁ ବାଇକ ଚାଳକଙ୍କ ମୃତ୍ୟୂ ହୋଇଥିଲା । ଇନୋଭା କାର ଚାଳକକୁ ପୋଲିସ କାବୁ କରିଥିବାବେଳେ ଗଞ୍ଜେଇ ଭର୍ତ୍ତି ଇନୋଭା କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଯୋଗାଇଦେବା ଦାବିରେ ଉତ୍ୟକ୍ତ ଲୋକେ କିଛି ସମୟ ଧରି ରାସ୍ତା ରୋକ କରିଥିଲେ । ପରେ ପୋଲିସ ପକ୍ଷରୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ