Thursday, August 13, 2026
26.8 C
Odisha

    ୯ରେ ପୁଣି ଆସିବ ସୁଭଦ୍ରା ଟଙ୍କା; ବାରିପଦାରୁ ପଠାଇବେ ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ପୁଣି ଖୁସି ଖବର ଆଣିଛନ୍ତି। ଆସନ୍ତା ୯ ତାରିଖ ଦିନ ଏହି ଯୋଜନା ସହିତ ଜଡ଼ିତ ହିତାଧିକାରୀମାନେ ଟଙ୍କା ପାଇବେ। ୨୦୨୪ ଅକ୍ଟୋବର ୯ ତାରିଖ ପୂର୍ବରୁ ରାଜ୍ୟ ସରକାର ପୂର୍ବ ଭଳି ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବେ। ତା’ପରେ ପ୍ରଥମ କିସ୍ତିର ବାକି ୪,୯୯୯ ଟଙ୍କା ପଠାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଜାରି କରିବେ। ଶ୍ରୀମତୀ ପରିଡ଼ା ମୟୂରଭଂଜରେ ୧ ଳକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀମାନଙ୍କୁ ଟଙ୍କା ପଠାଇବେ।
    ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ସର୍ବ ପ୍ରଥମେ ୧ ଟଙ୍କା ପଠାଇବେ। ପରେ ବାକି ଟଙ୍କା ଖାତାକୁ ଆସିବ। ଏହି ପର୍ଯ୍ୟାୟରେ ୪୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ତେବେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଏହି ପର୍ଯ୍ୟାୟରେ ଟଙ୍କା ଆସିବ ନାହିଁ, ସେମାନେ ଆଗାମୀ ଦିନରେ ପାଇବେ।

    ସୂଚନାଯୋଗ୍ୟ, ସୁଭଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗତମାସ ୧୭ ତାରିଖ ଦିନ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିଥିଲା ବୋଲି ରାଜ୍ୟ ସରକାର କହିଥିଲେ। ରାଜ୍ୟ ସରକାର ଆହୁରି ମଧ୍ୟ କହିଥିଲେ ଯେ, ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ, ବ୍ୟସ୍ତ ହୁଅନ୍ତୁ ନାହିଁ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଟଙ୍କା ପହଞ୍ଚିବ। ଏଥି ପାଇଁ ୨୦୨୫ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କିସ୍ତିରେ ଟଙ୍କା ଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    87 %
    1.8kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ