Thursday, September 19, 2024
25.2 C
Odisha

    ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ ଲାଇନ ଲଗାଇଥିବା ଦେଖାଯାଇଛି। ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ ଭୋକ ଉପାସରେ ଲାଇନ ଲଗାଇଥିବା ଦେଖିବାକୁ ମିଳୁଛି।

    ସୋର ବ୍ଲକ କେଶରୀପୁର ପଂଚାୟତ କେଶରୀପୁର ଗ୍ରାମର ବିକାଶିନୀ ଜେନା ନିଜର ୫ ବର୍ଷର ଝିଅକୁ ସାଙ୍ଗରେ ନେଇ ସକାଳ ୬ ଟାରୁ ସୋର କୋର୍ଟ ଛକ ନିକଟରେ ଥିବା ଜନସେବା କେନ୍ଦ୍ର ଆଗରେ ଲାଇନ ଲଗାଇଥିବା କହିଛନ୍ତି। ମାତ୍ର ତାଙ୍କ କାମ ନ ହେବାରୁ ସେ ନିରାଶ ହୋଇ ଫେରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।

    ସେହିପରି ସାଜନପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମର ରିନାରାଣୀ ଜେନା ନିଜର ୨ ଛୁଆଙ୍କ ସ୍କୁଲ ବନ୍ଦ କରି ସାଙ୍ଗରେ ନେଇ ସକାଳ ୭ଟାରୁ ଲାଇନ ଲଗାଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଲୋକେ ଭୋର ଚାରିଟାରୁ ଲମ୍ବା ଲାଇନ ଲଗାଇଥିବା ବେଳେ ବାଇମେଟ୍ରିକ କରିବାକୁ ଆସି ରାତି ୯ ଟା ପର୍ଯ୍ୟନ୍ତ ନ ହେବାରୁ ନିରାଶ ହୋଇ ଫେରିଥିବା କହିଛନ୍ତି। ତେବେ ସରକାର ଏହି ଅସୁବିଧାକୁ ହୃଦବୋଧ କରି ଗ୍ରାମାଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନ ପାଇଁ ଓ ଆଧାର କାର୍ଡ ସଂଶୋଧନ ତଥା ବାଇମେଟ୍ରିକ କରାଇବାକୁ ଲୋକେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ