Friday, October 2, 2026
22.9 C
Odisha

    ରାହୁଲ ସିଲେଇ କରି ରଖିଥିବା ଚପଲକୁ ଫ୍ରେମ କରି ରଖିବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ନିକଟସ୍ଥ ବିଧାୟକ ନଗର ଛକରେ ରାମଚେତଙ୍କ ଜୋତା ଚପଲ ମରାମତି ଦୋକାନ ରହିଛି। ଏହି ଦୋକାନରେ ଏକ ସାଧାରଣ ଚପଲ ଟଙ୍କା ହୋଇଛି। ଲୋକେ ଏହି ଚପଲକୁ ନେବା ପାଇଁ କିଛିଦିନ ହେବ ଭଡ଼ ଲଗାଇଛନ୍ତି। କିନ୍ତୁ ଜୋତା କାରିଗର ଉକ୍ତ ଚପଲକୁ ଦେବାକୁ ନାରାଜ ଅଛନ୍ତି। ଏମିତି କି ଲୋକେ ଉକ୍ତ ଚପଲ ବାବଦକୁ କାରିଗରଙ୍କୁ ସେତେ ଟଙ୍କା ଦେବାକୁ ରାଜି ଅଛି ରାମଚେତ ଯେତେ ଟଙ୍କା ଦାବି କରିବେ।

     

    ଗତ ଜୁଲାଇ ୨୬ ତାରିଖ ପରଠୁ ଜୋତା କାରିଗର ରାମଚେତ ରାତାରାତି ସାରା ଦେଶରେ ଲୋକପ୍ରିୟ ହୋଇ ଯାଇଛନ୍ତି ।  କାରଣ ଗତ ଜୁଲାଇ ୨୬ ତାରିଖରେ ରାମଚେତଙ୍କ ଦୋକାନକୁ ରାହୁଲ ଗାନ୍ଧୀ ଆସି ପହଞ୍ଚିଥିଲେ।ଏହି ସମୟରେ ରାହୁଲ ରାମଚେତଙ୍କୁ ଏକ ଚପଲ ମାଗି ତାହାର ସିଲେଇ କରି ଅଠା ଲଗାଇଥିଲେ । ଏହାପରେ ରାମଚେତଙ୍କ ଭଲ ମନ୍ଦ ବୁଝି ଚାଲି ଯାଇଥିଲେ। ରାମଚେତ ହାତରେ ଜୋତା ସିଲେଇ କରୁଥିବା ହେତୁ ନିକଟରେ ରାହୁଲ ତାଙ୍କ ପାଇଁ ଏକ ଜୋତା ସିଲେଇ ମେସିନ ପଠାଇଛନ୍ତି ।

    ରାହୁଲ ରାମଚେତଙ୍କ ଦୋକାନକୁ ଆସିବା ପରେ ଜୋତା କାରିଗର ରାତାରାତି ଷ୍ଟାର ପାଲଟି ଯାଇଛନ୍ତି। ଲୋକେ ତାଙ୍କୁ ଫୋନ କରି ରାହୁଲ ଗାନ୍ଧୀ ସିଲେଇ କରିଥିବା ଜୋତାଚପଲ ବିକ୍ରି ଲାଗି ଅନୁରୋଧ କରୁଛନ୍ତି । ଏହା ବଦଳରେ ରାମଚେତ ଯେ‌ତେ ଟଙ୍କା ଦାବି କରିବେ ଦେବାକୁ ରାଜି ଅଛନ୍ତି।

    ଏହି ଘଟଣାକୁ ନେଇ ରାମଚେତ କହିଛନ୍ତି,‘ ରାହୁଲଜୀ ସିଲେଇ କରିଥିବା ଚପଲ ଓ ଜୋତାକୁ ଫ୍ରେମ କରି ଦୋକାନରେ ଟାଙ୍ଗିବି। ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ ମୋ ଆଖି ସାମ୍ନାରେ ରଖିବି ।’

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ