Wednesday, October 14, 2026
26.2 C
Odisha

    ଅବସରକୁ ନେଇ ଏମିତି କ’ଣ କହିଲେ ରୋହିତ ଶର୍ମା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି ଶ୍ରୀଲଙ୍କା ସହ ଖେଳାଯିବାକୁ ଥିବା ଏକଦିବସୀୟ ସିରିଜ ସହିତ ଆକ୍ସନକୁ ଫେରିବାକୁ ଯାଉଛନ୍ତି। ଟି -୨୦ ବିଶ୍ୱକପ ୨୦୨୪ଶେଷ ହେବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ସେ ଏକ ମାସରୁ ଅଧିକ ସମୟ ପରେ ମଇଦାନକୁ ଫେରିବାକୁ ଯାଉଛନ୍ତି। କିନ୍ତୁ, ଓ୍ବାନ ଡେ’ ସିରିଜ ପୂର୍ବରୁ ହିଟମ୍ୟାନ ତାଙ୍କ ବିବୃତ୍ତିରେ ଏମିତି କିଛି କହିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି …।
    ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗତ କିଛି ଦିନ ଧରି ବିରତି ନେଇଥିଲେ। ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରଠାରୁ ସେ ଆକ୍ସନରେ ନଥିଲେ । ତେବେ ବିରତି ଶେଷ ହୋଇଛି ଏବଂ ସେ ଅଗଷ୍ଟ ୨ ରୁ ମଇଦାନକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ସହିତ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପୂର୍ବରୁ ରୋହିତ ମ୍ୟାଚ ପୂର୍ବ ଉପସ୍ଥାପନାରେ ଏକ ମଜାଳିଆ ବିବୃତ୍ତି ଦେଇଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ହିଟମ୍ୟାନଙ୍କୁ ତାଙ୍କ ଅବସର ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ମୁଁ ଭାବୁଛି ମୋତେ ପୂର୍ବ ଭଳି ଟି -୨୦ ରୁ ବିଶ୍ରାମ ଦିଆଯାଇଛି। ଏକ ବଡ ଟୁର୍ନାମେଣ୍ଟ ଆସୁଛି ଏବଂ ଆମକୁ ପୁଣି ଟି-୨୦ ପାଇଁ ପ୍ରସ୍ତୁତ ହେବାକୁ ପଡିବ। ମୁଁ ତଥାପି ପୂର୍ବଭଳି ଅନୁଭବ କରୁଛି, ତେଣୁ ଭାବୁନାହିଁ ଯେ ମୁଁ ଏହି ଫର୍ମାଟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ