Sunday, October 25, 2026
20.1 C
Odisha

    ହାଜୀ ଅଲୀ ଦରଗାହର ନବୀକରଣ ପାଇଁ ଏତେ କୋଟି ଦେଲେ ଅକ୍ଷୟ କୁମାର

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଦାନ ଧର୍ମ କରିବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଅନେକ ସମୟରେ ସେ କୋଟି କୋଟି ଟଙ୍କା ଦାନ କରୁଥିବା ଦେଖାଯାଏ। କିଛି ମାସ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅକ୍ଷୟ କୁମାର ୩କୋଟି ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ଅକ୍ଷୟ ମୁମ୍ବାଇର ହାଜୀ ଅଲୀ ଦରଗାହର ନବୀକରଣ ପାଇଁ ୧କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏବେ ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ଖେଲ ଖେଲ ମେଁର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ହାଜୀ ଅଲୀ ଦରଗାହକୁ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିଲେ। ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ସେ ପ୍ରାର୍ଥନା କରିବାକୁ ଯାଇଥିବା କୁହାଯାଉଛି। ପ୍ରାର୍ଥନା ପାଇଁ ଯାଇଥିବା ବେଳେ ଦରଗାହର ନବୀକରଣ ପାଇଁ ଅକ୍ଷୟ ୧.୨୧ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି। ଦରଗାହରେ ପ୍ରାର୍ଥନା କରୁଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    68 %
    1.7kmh
    20 %
    Sun
    20 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ