Sunday, October 4, 2026
28.6 C
Odisha

    ହାଜୀ ଅଲୀ ଦରଗାହର ନବୀକରଣ ପାଇଁ ଏତେ କୋଟି ଦେଲେ ଅକ୍ଷୟ କୁମାର

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଦାନ ଧର୍ମ କରିବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଅନେକ ସମୟରେ ସେ କୋଟି କୋଟି ଟଙ୍କା ଦାନ କରୁଥିବା ଦେଖାଯାଏ। କିଛି ମାସ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅକ୍ଷୟ କୁମାର ୩କୋଟି ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ଅକ୍ଷୟ ମୁମ୍ବାଇର ହାଜୀ ଅଲୀ ଦରଗାହର ନବୀକରଣ ପାଇଁ ୧କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏବେ ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ଖେଲ ଖେଲ ମେଁର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ହାଜୀ ଅଲୀ ଦରଗାହକୁ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିଲେ। ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ସେ ପ୍ରାର୍ଥନା କରିବାକୁ ଯାଇଥିବା କୁହାଯାଉଛି। ପ୍ରାର୍ଥନା ପାଇଁ ଯାଇଥିବା ବେଳେ ଦରଗାହର ନବୀକରଣ ପାଇଁ ଅକ୍ଷୟ ୧.୨୧ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି। ଦରଗାହରେ ପ୍ରାର୍ଥନା କରୁଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ