Wednesday, March 18, 2026
23.1 C
Odisha

    ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ କରାଯାଇଥିବା ମାନିଲା ଆପ୍, କାର୍ଯ୍ୟାନୁଷ୍ଠାନ ନେବେ କେଜ୍ରିଓ୍ବାଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗକୁ ସ୍ବୀକାର କରିଛି ଆମ ଆଦମି ପାର୍ଟି (ଆପ୍ ) । ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରିଥିଲେ। କେଜ୍ରିୱାଲ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ପିଏଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ସ୍ୱାତୀ ମାଲିୱାଲଙ୍କ ସହ ଅଛନ୍ତି। ସଞ୍ଜୟ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା, ଯାହାକୁ ଯେତେ ନିନ୍ଦା କଲେ ବି କମ ହେବ। ସେ କହିଥିଲେ ସ୍ୱାତୀ ମାଲିୱାଲ ଦେଶ ଓ ସମାଜ ପାଇଁ ବହୁତ ଭଲ କାମ କରିଛନ୍ତି । ସେ ଦଳର ଅନ୍ୟତମ ପୁରୁଣା ଏବଂ ବରିଷ୍ଠ ନେତା ଏବଂ ଆମେ ସମସ୍ତେ ତାଙ୍କ ସହିତ ଅଛୁ ।

    ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆବାସରେ ଏହି ଅସଦାଚରଣ ହୋଇଥିବା ଅଭିଯୋଗ କରି ସ୍ବାତୀ ଗତ କାଲି ଦିଲ୍ଲୀ ପୁଲିସରେ ଅଭିଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.1 ° C
    23.1 °
    23.1 °
    49 %
    1.3kmh
    87 %
    Wed
    35 °
    Thu
    35 °
    Fri
    36 °
    Sat
    34 °
    Sun
    36 °

    ସମ୍ବନ୍ଧିତ