Saturday, July 27, 2024
24.6 C
Odisha

    ବିଜେଡି ଦଳର ହାତ ବାରିସ ସାଜିଛନ୍ତି ପୋଲିସ ଅଧିକାରୀ: ଗୋଲକ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୪/୦୫: ଓଡ଼ିଶାରେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଲା । ଓଡିଶା ପୋଲିସ ନିରବଦ୍ରଷ୍ଟା ଆଚରଣ ସହ ବିଜେଡିର ହାତବାରିସ ସାଜିଛି । ବିଜେଡିର ଗୁଣ୍ଡା କର୍ମୀମାନେ ଠେଙ୍ଗା, ବାଡି, ଖଣ୍ଡା ଓ ମାରଣାସ୍ତ୍ରରେ ବିଜେପିର ନେତା ଓ ପ୍ରାର୍ଥୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । ୨ଟି ସ୍ଥାନରେ ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେଲା କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ସବୁଠୁ ବଡ କଥା ହେଉଛି ବିଜୁ ଜନତା ଦଳର ପ୍ରବକ୍ତା ଅପୂର୍ବା ଅପରୂପା ଦାସଙ୍କ ପାଖରୁ ପୋଲିସ ନଗଦ ଲକ୍ଷାଧିକ ଟଙ୍କା ଜବତ କଲା ଓ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । କିନ୍ତୁ କିଛି ସମୟ ପରେ ପୋଲିସ ସଲାସୁତୁରା କରି ବିଜୁ ଜନତା ଦଳର ପ୍ରବକ୍ତା ଅପୂର୍ବା ଅପରୂପା ଦାସଙ୍କୁ ଖସାଇ ଦେଇ ଅଲଗା ଲୋକଙ୍କ ପାଖରୁ ଟଙ୍କା ଜବତ ହୋଇଛି ବୋଲି କହିଲା । ଏଥିରୁ ସ୍ପଷ୍ଟ ଓଡ଼ିଶାର ପୋଲିସ ପୂରାପୂରିଭାବେ ବିଜେଡିର ହାତବାରିସ ସାଜିଛି । କାହିଁକି ଓଡିଶା ପୋଲିସ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ସୁଯୋଗ ଦେଉନାହାନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।
    ସେହିପରି ନିର୍ବାଚନ ଚାଲିଥିବାବେଳେ ଚିକିଟି, ବ୍ରହ୍ମପୁରରେ ବିଜେଡି କର୍ମୀମାନେ ମାରଣାସ୍ତ୍ର ଧରି ରାସ୍ତାରେ ବୁଲିଲେ କିନ୍ତୁ ପୋଲିସ ଦେଖି ନଦେଖିଲା ଭଳି ଆଚରଣ କଲା । ପୋଲିସ କାହିଁକି ବିଜୁ ଜନତା ଦଳ ନେତ୍ରୀ ତଥା ମୁଖପାତ୍ର ଅପୂର୍ବା ଅପରୂପା ଦାସଙ୍କୁ ଛାଡିଦେଲା ଓ ଅନ୍ୟ ଲୋକର ନାଁ ଦେଖାଇଲା ଏ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟୀକରଣ ମାଗନ୍ତୁ । ଯାହାଙ୍କ ପାଖରୁ ନଗଦ ଟଙ୍କା ଜବତ କରାଯାଇଥିଲା ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଯଦି ସିଇଓ ଘଟଣାର ତଦନ୍ତ ନକରନ୍ତି ତାହାଲେ ଏଘଟଣାକୁ ଇସିଆଇ ପର୍ଯ୍ୟନ୍ତ ବିଜେପି ନେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ସେହିପରି ସ୍ୱାସ୍ଥ୍ୟ ଭିଜିଟର ଦମୟନ୍ତୀ ଦାସ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଳିକା ସ୍କୁଲର ହିନ୍ଦୀ ଶିକ୍ଷକ ଲୋପାମୁଦ୍ରା ମଲ୍ଲିକ ଓ କେନ୍ଦୁଝର ଜିଲ୍ଲା ନରଣପୁରର ସିଆରପି ସସ୍ମିତା ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡି ଦଳ ପାଇଁ ପ୍ରଚାର ପ୍ରସାର କରୁଛନ୍ତି । ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ପଦବୀରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
    ଜିତି ପାରୁନଥିବା ଦଳ ହିଂସା କରେ । ବିଜେଡି ପରାଜୟ ଭୟରେ ହିଂସା କରୁଛି । ବିଜେଡିକୁ ଲୋକେ ଭୋଟ ଦେବା ସ୍ଥିତିରେ ନାହାନ୍ତି । ବିଜୁ ବାବୁ ଓଡ଼ିଶାବାସୀଙ୍କ ପାଇଁ କାମ କରୁଥିଲେ କିନ୍ତୁ ତାଙ୍କ ସୁପୁତ୍ର ଓଡ଼ିଶା ପାଇଁ କାମ କରୁନାହାନ୍ତି ବରଂ ତାମିଲନାଡୁ ପାଇଁ କାମ କରୁଛନ୍ତି । ଓଡିଶାର ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛି । ଓଡ଼ିଆ ବେରୋଜଗାର ହୋଇଛି । ଓଡ଼ିଆ ଜାତି, ଧର୍ମ ଓ ସଂସ୍କୃତି ସଂକଟରେ । ଓଡ଼ିଆ ଲୋକ ବିଜେଡି ଦଳରୁ ମୁହଁ ଫେରାଇ ସାରିଲେଣି । ନିର୍ବାଚନ ସମୟରେ ବିଜେଡି ଅନ୍ଧାର ବିଜେ କରି ଟଙ୍କା ବାଂଟୁଛନ୍ତି । ଏଥର ବିଜେଡି ଶାସନ କ୍ଷମତାରୁ ଯାଉଛି ବିଜେପି ଶାସନ କ୍ଷମତାକୁ ଆସୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ବରିଷ୍ଠ ନେତ୍ରୀ ସଙ୍ଗୀତା ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ