Saturday, April 4, 2026
29.2 C
Odisha

    ସକାଳ ସାଢ଼େ ୮ଟା ବେଳକୁ ତାଳଚେର ସବୁଠାରୁ ଉତ୍ତପ୍ତ ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତକାଲି ଭଳି ଆଜି ବି ଆଜି ସକାଳ ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଛି ତାପମାତ୍ରା। ତାଳଚେରରେ ତାପମାତ୍ରା ୩୮.୪ ° ଥିବା ଜଣାଯାଇଛି।ସକାଳ ସାଢ଼େ ୮ଟା ସୁଦ୍ଧା ଏହାରୁ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ସାଢ଼େ ୮ଟା ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। ତାହା ଅନୁଯାୟୀ, ତାଳଚେରରେ ତାପମାତ୍ରା ୩୮.୪° ଥିବା ବେଳେ ଭବାନୀପାଟଣାରେ ୩୭. ୪, ବାରିପଦାରେ ୩୬.୪, ବଲାଙ୍ଗୀରରେ ୩୬.୨, ଟିଟିଲାଗଡ଼ ଓ  ବାଲେଶ୍ବରରେ ୩୬, ହୀରାକୁଦରେ ୩୫.୬, ଝାରସୁଗୁଡ଼ାରେ ଓ କେନ୍ଦୁଝରରେ ୩୫. ୪, କଟକ, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧରେ ୩୫, ସୋନପୁର ଓ ଭୁବନେଶ୍ୱର ରେ ୩୪.୮ ଏବଂ ଓ ରାଉରକେଲାରେ ୩୪.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

    ଏଣେ ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  ଉମାଶଙ୍କର ଦାସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ