Saturday, September 12, 2026
24.8 C
Odisha

    ଭାରତର ସହଯୋଗ ଲୋଡିଲା ତାଲିବାନ

    ଆଗକୁ ପଢନ୍ତୁ

    କାବୁଲ: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପକ୍ଷରୁ ଭାରତ ସହଯୋଗ ଲୋଡ଼ାଯାଇଛି।   ଭାରତ ଏବଂ  ତାଲିବାନ ମଧ୍ୟରେ ବନ୍ଧୁତା ନୂଆ ସ୍ତରରେ ପହଞ୍ଚିବାକୁ ଯାଉଛି।  ଭାରତ ଏବଂ ତାଲିବାନ ସରକାରଙ୍କ ମଧ୍ୟରେ ରଣନୈତିକ ସହଯୋଗ ମଧ୍ୟ ବୃଦ୍ଧି ପାଇଛି ଯାହା ପୂର୍ବରୁ ସମ୍ଭବ ହେଉ ନ ଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟରେ  ଆଫଗାନିସ୍ତାନର ତାଲିବାନ ଶାସକ ନୂଆଦିଲ୍ଲୀରେ ନିଜର ରାଷ୍ଟ୍ରଦୂତ ଅବସ୍ଥାପିତ  କରିବା ପାଇଁ ଅନେକ ନାମର ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଏଥିରେ ମହମ୍ମଦ ସୁହେଲ ଶାହିନଙ୍କ ପୁଅ ନଜୀବ ଶାହିନ ମଧ୍ୟ ଅଛନ୍ତି। ସୁହେଲ ଶାହିନ୍  କତାରରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖପାତ୍ର ଅଟନ୍ତି। ଦୋହାରେ ଥିବା ତାଲିବାନ କାର୍ଯ୍ୟାଳୟ ଆମେରିକା ସହିତ ଚୁକ୍ତି କରିଥିଲା।

    ଆଫଗାନିସ୍ତାନ ଅଧିକାରୀ କହିଛନ୍ତି ଯେ, ଏହି ରଣନୀତି ଭାରତ ପାଇଁ ପ୍ରଭାବଶାଳୀ ହେବ, କାରଣ ଏହା ଦ୍ବାରା ଆଫଗାନିସ୍ତାନରେ ପାକିସ୍ତାନର ଭୂମିକାକୁ ହଟାଯାଇ ପାରିବ। ଭାରତ ଆଫଗାନିସ୍ତାନକୁ ବାଣିଜ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପାଇଁ ପାକିସ୍ତାନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବା ଉଚିତ୍  ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।  ପାକିସ୍ତାନ ଦୀର୍ଘ ଦିନ ଧରି ଆଫଗାନିସ୍ତାନକୁ ଏହାର ଫାଇଦା ପାଇଁ ବ୍ୟବହାର କରିଆସୁଛି। ଏଥିସହ ପାକିସ୍ତାନ ଆଫଗାନିସ୍ତାନର କୂଟନୈତିକ ସମ୍ପର୍କକୁ ସେନା ଏବଂ ଏଜେଣ୍ଟମାନଙ୍କ ମାଧ୍ୟମରେ ଜାରି ରଖିବାକୁ ଗୁରୁତ୍ବାରୋପ କରୁଛି।  ସମ୍ପ୍ରତି ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି। ଉଭୟଙ୍କ ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାରେ ଲାଗିଛି।

    ଆଫଗାନିସ୍ତାନ ଅଧିକାରୀ ଆଶା ପ୍ରକଟ କରିଛନ୍ତି ଯେ, ଆଫଗାନିସ୍ତାନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ଯେପରି କାର୍ଯ୍ୟ କରୁଛି, ଯାହାଦ୍ବାରା ଆଫଗାନିସ୍ତାନର ଅନ୍ୟ ପଡ଼ୋଶୀ ଦେଶ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇ ପାରିବ। ଆଫଗାନିସ୍ତାନର ଲୋକ ଏବଂ ଅଧିକାରୀଙ୍କ ମଧ୍ୟରେ  ଏଭଳି ପଦକ୍ଷେପ  ଭାରତ ପ୍ରତି ଶୁଭେଚ୍ଛା ବୃଦ୍ଧି କରିବ ବୋଲି ଆଫଗାନିସ୍ତାନ ଅଧିକାରୀ କହିଛନ୍ତି।

    ଆଫଗାନିସ୍ତାନରେ ୧୦୦୦ ଲୋକଙ୍କ ପାଇଁ କେବଳ  ୦.୩୩ ଜଣ ଡାକ୍ତର ଅଛନ୍ତି, ଯାହା ଅତି କମରେ ୨.୫ ଜଣ  ଡାକ୍ତର ହେବା ଉଚିତ୍।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନଦଣ୍ଡଠାରୁ ଏହା ବହୁତ କମ୍  ରହିଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଆଫଗାନିସ୍ତାନରେ କେବଳ ୧୩୪  ଡାକ୍ତରଖାନା ଅଛି।  ଆଫଗାନିସ୍ତାନ ଅଧିକାରୀ କହିଛନ୍ତି, ଯେତେବେଳେ ଆମେରିକୀୟ ସେନା ଫେରି ଯାଇଥିଲେ ସେତେବେଳେ କୁହାଯାଉଥିଲା ଯେ ଆଫଗାନିସ୍ତାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କରର ଏକ ଗଡ଼ରେ ପରିଣତ ହେବ କିନ୍ତୁ ଏହା ହୋଇ ନ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    93 %
    3.3kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ