Monday, April 6, 2026
23.6 C
Odisha

    ଟିମ୍‌ ଇଣ୍ଡିଆର ସ୍ଵାଗତ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ଆୟୋଜନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣରେ ଟାଇଟଲ ହାସଲ କରିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ସ୍ବଦେଶ ଫେରିଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଟିମ୍‌ ଇଣ୍ଡିଆ ଦିଲ୍ଲୀ ବିମାନ ବନ୍ଦରରେ ସକାଳୁ ପହଞ୍ଚିବା ପରେ ପ୍ରଶଂସକଙ୍କ ମାନେ ଭବ୍ୟ ସ୍ବାଗତ କରିଛନ୍ତି। ବିଶ୍ୱ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ବିମାନବନ୍ଦର ନିକଟରେ ପ୍ରବଳ ଭିଡ ଜମିଥିଲା। ଗତ ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲର ଟିମ୍ ଇଣ୍ଡିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବବିଜୟୀ ହୋଇଥିଲା। ଏହା ପରେ ଭାରତ ରବିବାର ସ୍ବଦେଶ ଫେରିବା କଥା କିନ୍ତୁ ୱେଷ୍ଟଇଣ୍ଡିଜର ବାରବାଡୋସରେ ବାତ୍ୟା ଯୋଗୁଁ ଫସି ରହିଥିଲା ଭାରତୀୟ ଟିମ୍। ବାତ୍ୟା ପାଇଁ ବିମାନ ସେବା ବନ୍ଦ ରହିଥିଲା। ବୁଧବାର ସ୍ଥିତି ସୁଧୁରିବା ପରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯାଇ ଖେଳାଳିମାନଙ୍କୁ ସ୍ବଦେଶ ନେଇ ଆସିଛି। ଗତକାଲି ସନ୍ଧ୍ୟାରେ ବାର୍ବୋଡସର ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଟିମର ଖେଳାଳି,ସପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଭାରତ ଫେରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ