Monday, September 28, 2026
30.3 C
Odisha

    ୯ ଦଫା ଦାବି ନେଇ ତହସିଲ ଅଫିସ ଘେରାଉ

    ଆଗକୁ ପଢନ୍ତୁ

    ଧର୍ମଗଡ଼: ୨୦୨୩-୨୪ ମସିହାର ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ କରିବା ଦାବିରେ କଳାହାଣ୍ଡି କିଶାନ ସଂଘ ଓ ଜନ ସଂଗ୍ରାମ ସମିତି ପକ୍ଷରୁ ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଗତବର୍ଷ ୨୦୨୩-୨୪ ମସିହା ପାଇଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ହଜାର ହଜାର ସଂଖ୍ୟାରେ ଶସ୍ୟ ବୀମା ଟଙ୍କା ବାନ୍ଧିଥିଲେ। ଖରିଫ ସମୟରେ ଚାଷୀ ଧାନ ଚାଷ କରିଥିଲେ ସୁଦ୍ଧା ସମଗ୍ର ବ୍ଲକରେ ମରୁଡି ଦେଖା ଦେଇଥିଲା। ଏଣୁ ମରୁଡ଼ିର ସମ୍ମୁଖୀନ ହୋଇଥିବା ବ୍ଲକର ୨୮ ଗୋଟି ଗ୍ରାମ ପଂଚାୟତର ହଜାର ହଜାର ଚାଷୀଙ୍କୁ ତୁରନ୍ତ ଶସ୍ୟ ବୀମା ଟଙ୍କା ପ୍ରଦାନ ଦାବୀରେ ତହସିଲ ଘେରାଉ କରାଯାଇଥିବା ବେଳେ ଏଥି ସହିତ ୯ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା।

    ୯ ଦଫା ଦାବି ମଧ୍ୟରେ ବ୍ଲକର ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ। ଇନ୍ଦ୍ରାବତୀ କେନାଲ ଜରିଆରେ ଗୋଲାମୁଣ୍ଡା ବ୍ଲକର ପ୍ରତ୍ୟେକ ଗ୍ରାମ ପଂଚାୟତ ପାଣି ଯୋଗାଣ କରିବା। ବ୍ଲକରେ ହୋଇଥିବା ଚେକ ଡ଼୍ୟାମ ଚାଷୀଙ୍କ କାମରେ ଆସୁନାହିଁ ଏହି ଚେକ ଡ଼୍ୟାମଗୁଡ଼ିକ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବ୍ଲକରେ ଶୀତଲ ଭଣ୍ଡାର କରାଯାଉ। ଚାଷୀଙ୍କୁ ତୁରନ୍ତ ମରୁଡି ସହାୟତା ପ୍ରଦାନ କରାଯାଉ। କପା ଚାଷୀମାନଙ୍କ ପାଇଁ ସ୍ଥାୟୀ ମଣ୍ତି କରାଯାଉ। ବ୍ଲକର କୁଲେରଗୁଡ଼ା, ଚପରିଆ ଓ କେଗାଁ ଅଞ୍ଚଳର ଚାଷୀଙ୍କଠାରୁ ନୂଆପଡ଼ା ଜିଲ୍ଲା ତୁକୁଲାର ଗ୍ରାମର ଏକ ବ୍ୟବସାୟୀ କପା କିଣି ନେଇ ଟଙ୍କା ପ୍ରଦାନ କରିନାହିଁ। ଉକ୍ତ ବ୍ୟବସାୟୀକୁ ତୁରନ୍ତ ଗିରଫ କରି ଟଙ୍କା ପ୍ରଦାନ କରାଯାଉ।

    ସେହିପରି ଫସଲ ବୀମା କରିଥିବା ଚାଷୀମାନଙ୍କ ରିଜେକ୍ଟ ଲିଷ୍ଟକୁ ହଟାଇ ତୁରନ୍ତ ଅନୁମୋଦନ ଦିଆଯାଉ। ଏହି ଘେରାଉ କାର୍ଯ୍ୟକ୍ରମ ଉକ୍ତ ସଂଘର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଚାଷିନେତା ଜଗୁ ପ୍ରସାଦ ରାଉତ, ସୋମେଶ୍ୱର ମୁନି, ରମେଶ ଅଗ୍ରୱାଲ, ଅନିଲ ମଲ୍ଳିକ, ଜଗଯିବନ ଅଘ୍ରିଆ, କୁମୁଦ ଗହିର,ପ୍ରସନ୍ନ ମାଝୀ, ଅଗସ୍ତି ମାଝୀ, କନକ ମାଝୀ, ଦିବା ବନ୍ଦିଛୋଡ, ମଧୁ ମାଝୀ,କେଶରୀ ବୋଡକିଆ ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଦହସିଲଦାର ଶ୍ରୀ ନାୟକ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଫସଲ ବୀମା ଟଙ୍କା ପ୍ରଦାନ କରାଯିବ ଓ ବାକି ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ