Monday, March 23, 2026
20.4 C
Odisha

    ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସାରଥୀ ସାଜିଲେ ତେଜସ୍ୱୀ

    ଆଗକୁ ପଢନ୍ତୁ

    ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଡ୍ରାଇଭର ସିଟରେ ବସିଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ବିହାର ସସାରାମରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଛି । ଏହି ରାସ୍ତା ଦେଇ ଆଜି ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀ ପ୍ରବେଶ କରିବେ । ଏହି ସମୟରେ ତେଜସ୍ୱୀ ଯାଦବ କାର ଚଳାଉଥିବା ବେଳେ ପାଖ ସିଟରେ ବସିଥିଲେ ରାହୁଲ ଗାନ୍ଧୀ ।ଆରଜେଡିର ଅନେକ ସମର୍ଥକ ଏହି ଯାତ୍ରାରେ ମଧ୍ୟ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ସାମିଲ ହୋଇନଥିଲା ଟିଏମସି । ଉଭୟ ଦଳ ଇଣ୍ଡିଆ ମେଂଟର ସଦସ୍ୟ ରହିଛନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ରାହୁଲଙ୍କ ଯାତ୍ରାକୁ ଅନୁମତି ଦେବାରେ ବିଭିନ୍ନ ପ୍ରକାର ବାଧା ଉପୁଜିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ