Thursday, September 19, 2024
24.5 C
Odisha

    ଜାଣନ୍ତିକି ଡରିବା କ୍ଷଣି ଆମ ଶରୀର କାହିଁକି ଥଣ୍ଡା ପଡିଥାଏ

    ଆଗକୁ ପଢନ୍ତୁ

    କୌଣସି ଏକ ଭୟଙ୍କର ଦୃଶ୍ୟ କିମ୍ବା ଭୟଙ୍କର ଘଟଣା ଦେଖିଲେ ଆମେ ସାଧାରଣତଃ ଡରିଯାଇଥାଉ । ହଟାତ ଡରିବା ଦ୍ୱାରା ଆମ ଶରୀରରେ ଏକ ପ୍ରକାର ଶିହରଣ ସୃଷ୍ଟି ହେବା ସହ ଶରୀର ଥଣ୍ଡା ମଧ୍ୟ ପଡ଼ିଯାଏ । ଏହା ସହ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠେ । କିନ୍ତୁ ଆମେ ସବୁବେଳେ ଏହା ପଛରେ ବାହାର କାରଣକୁ ହିଁ ଦାୟୀ କରିଥାଉ । କିନ୍ତୁ କଣ ଆପଣ ଜାଣନ୍ତିକି ଏହା ଭୁଲ ବୋଲି । ପ୍ରକୃତରେ ଆମ ଶରୀରରୁ ବାହାରୁ ଥିବା ଏକ ପ୍ରକାର ରସାୟନ ସିରୋଟିନ ଏଥିପାଇଁ ଦାୟୀ ହୋଇଥାଏ । ପ୍ରଥମେ ଆମେରିକା ସ୍ଥିତ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ମାନଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଏପରି ତଥ୍ୟ ବିଷୟରେ ଜଣା ପଡିଥିଲା । ଆମ କୋଷିକାରୁ ନିର୍ଗତ ହେଉଥିବା ଶେରୋଟିନ ଆମ ଶରୀରକୁ ଥଣ୍ଡା କରିଦେଇଥାଏ । ସାଧାରଣତଃ ଆଗକୁ କୌଣସି ବିପଦ ଆଶଙ୍କା କଲେ ଆମେ ହଟାତ ଡରିଯାଇଥାଉ । ଏହି ସମୟରେ ହିଁ ଆମ ଶରୀରରୁ ଏହି ରସାୟନିକ ପଦାର୍ଥଟି କ୍ଷରଣ ହୋଇଥାଏ । ଯାହା ଆମ ଶରୀରକୁ ଥଣ୍ଡା କରିବାରେ ପ୍ରମୁଖ ଭୂମିକା ନିଭେଇଥାଏ ।

    ସିରଟୋନିନ ସହ ବୈଜ୍ଞାନିକ ମାନେ ଡପାମାଇନ ହର୍ମୋନ ସମ୍ପର୍କରେ ବି ଏକ ତଥ୍ୟ ବାହାର କରିଛନ୍ତି । ବୈଜ୍ଞାନିକ ମାନେ ଏକ ପ୍ରକାର କୀଟ ମାନଙ୍କ ଉପରେ ଏହି ଗବେଷଣାଟି କରିଛନ୍ତି । ପ୍ରଥମେ ଏକ କାଚ ଡବା ଭିତରେ ଏହି କୀଟ ଗୁଡିକୁ ବନ୍ଦ କରି ରଖାଯାଇଥିଲା । ସମୟ ସମୟରେ ଲକ୍ଷ କରାଯାଇଥିଲା କି ଯେବେ ଯେବେ ଏହି କୀଟ ମାନେ ନିଜ ପ୍ରତି କୌଣସି ବିପଦର ଆଶଙ୍କା କରନ୍ତି ସେମାନେ ନିଜ ଭିତରେ ଏକ ପ୍ରକାର ମାଡି ମକଚିଯାନ୍ତି । ଏହାର ପ୍ରଥମ ରିଆକ୍ସନ ଶେରୋଟିନ ଯୋଗୁଁ ହିଁ ହୋଇଥିବା ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି । ଆଉ ମଧ୍ୟ ଜଣା ପଡିଥିଲାକି ନିଜ ପରିବେଶରେ ହେଉଥିବା ପରିବର୍ତ୍ତନ କାରଣରୁ ଏହି କୀଟ ମାନେ ଅଧିକ ଡରିଯାନ୍ତି । ବାହାରେ ହେଉଥିବା କମ୍ପନ କାରଣରୁ ହିଁ କୀଟ ମାନଙ୍କ ଶରୀରରୁ ସିରୋଟିନ କ୍ଷରଣ ହୋଇଥାଏ । ଆଉ ଲକ୍ଷ କରାଯାଇଥିଲା କି ଏହାର ଠିକ ପରେ ପରେ ହିଁ କୀଟ ମାନଙ୍କ ଶରୀର ବରଫ ଭଳି ଥଣ୍ଡା ପଡିଯାଉଛି । ତେଣୁ ବୈଜ୍ଞାନିକ ମାନେ ଶେଷରେ ଏହି ତଥ୍ୟରେ ଉପନୀତ ହୋଇଥିଲେ ଯେ ଯେବେବି କୌଣସି ଜୀବ ଯଦି ଭୟ ପାଇ ଡରିଯାନ୍ତି ତେବେ ନିଶ୍ଚିତ ରୂପେ ତାଙ୍କ ଶରୀର ଥଣ୍ଡା ପଡ଼ିଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ