Tuesday, September 15, 2026
24 C
Odisha

    ଗାଜାରୁ ୬ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ତେଲ୍‌ ଅଭିଭ୍‌: ଦକ୍ଷିଣ ଗାଜାର ଏକ ସୁଡ଼ଙ୍ଗରୁ ୬ ଜଣ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଇସ୍ରାଏଲ ସେନାର ଏକ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ସେମାନଙ୍କୁ ଠାବ କରିବାର କିଛି ସମୟ ପୂର୍ବରୁ ହମାସ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

    ଇସ୍ରାଏଲ ସେନା କହିଛି ଯେ ଅକ୍ଟୋବର ୭ରେ ହମାସ ଦ୍ୱାରା ଅପହୃତ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ବନ୍ଧକଙ୍କ ମୃତଦେହ ଦକ୍ଷିଣ ଗାଜାର ରାଫା ଅଞ୍ଚଳର ଏକ ସୁଡ଼ଙ୍ଗରୁ ଉଦ୍ଧାର କରାଯାଇଛି ଏବଂ ସଂପୃକ୍ତ ସ୍ଥାନରେ ବ୍ୟାପକ ତଲାସୀ ଜାରି ରହିଛି। ହତ୍ୟାର ଶିକାର ହୋଇଥିବା କାର୍ମେଲ୍ ଗାଟ୍, ଏଡେନ୍ ୟେରୁଶାଲ୍ମି, ହର୍ଶ ଗୋଲ୍ଡବର୍ଗ-ପୋଲିନ୍, ଆଲେକଜାଣ୍ଡର ଲୋବାନୋଭ, ଆଲମଗ୍ ସରୁସି ଏବଂ ଓରି ଡାନିନୋଙ୍କ ମୃତଦେହ କୁ ଇସ୍ରାଏଲ ଅଣାଯାଇଛି ବୋଲି ଆଇଡିଏଫ୍ ଏକ ବିବୃତିରେ କହିଛି। ଅନ୍ୟପକ୍ଷରେ ଏହି ଘଟଣାପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ବ୍ୟାପକ ହେବା ସମ୍ଭବାନା ରହିଥିବା ବେଳେ ଆମେରିକା ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ହମାସର ବର୍ବରତା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହି ସାଂଘାତିକ ପରିସ୍ଥିତି ଭିତରେ ବି ଯୁଦ୍ଧବିରତି ଆଲୋଚନା ସହ ଆଗକୁ ବଢ଼ିବାକୁ ହେବ।

    ନିକଟରେ ଗାଜାର ଏକ ଭୂତଳ ସୁଡ଼ଙ୍ଗରୁ ବନ୍ଧକ ଥିବା ଇସ୍ରାଏଲର ୫୨ ବର୍ଷୀୟ କୈଦ ଫରହାନ ଅଲକାଦିଙ୍କୁ ସେନା ଜୀବିତ ଉଦ୍ଧାର କରିଥିଲା। ଆଜି ୬ ଜଣଙ୍କ ମୃତଦେହ ଉଦ୍ଧାରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୭ରୁ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲର ସାମରିକ ଆକ୍ରମଣରେ ଏପର୍ଯ୍ୟନ୍ତ ୪୦,୬୯୧ ଜଣଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନର ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୫୦ ଜଣଙ୍କୁ ବନ୍ଧକ ରଖିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ