Sunday, October 11, 2026
22.8 C
Odisha

    ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍‌ ୨୩ ରବିବାର ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଆସୁଛନ୍ତି। ତାଙ୍କୁ ସ୍ବାଗତ କରିବାପାଇଁ ଜିଲ୍ଳାବ୍ୟାପୀ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁସ‌ାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୩ ତାରିଖ ସକାଳ ସାଢ଼େ ୯ଟା ସମୟରେ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଆସି ୧୦ଟା ୨୫ରେ ଘଟଗାଁରେ ପହଞ୍ଚିବେ। ‌ସେଠାରେ ଏକ ଶୋଭାଯାତ୍ରା କରିବାପରେ ମା’ ତାରିଣୀଙ୍କ ଦର୍ଶନ କରିବେ। ଏହାପରେ କେନ୍ଦୁଝର ସହରକୁ ଆସିବେ।

    ମଧ୍ୟାହ୍ନରେ ସର୍କିଟ ହାଉସ୍‌ରେ ରହି ମଧାହ୍ନଭୋଜନ କରିବା ପରେ ଅପରାହ୍ନ ୩ଟାରେ ବଳଦେବଜିଉଙ୍କ ଦର୍ଶନ କରିବେ। ଏହାପରେ ବଡ଼ଦାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଆଟୋପୁର, ଚର୍ଚ୍ଚଛକ, ଜେଲ୍‌ରୋଡ ଛକ, ଗାନ୍ଧୀଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ଟେଲିଫୋନ ‌ଏକ୍ସଚେଞ୍ଜ ଦେଇ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିବାପରେ ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବେ। ୨୪ ତାରିଖ ସକାଳେ ଜନ୍ମସ୍ଥାନ ରାଇକଳା ଗାଁକୁ ଯିବେ। ପୂର୍ବାହ୍ନ ୧୧ଟାରେ ରାଇକଳାଠାରୁ ଝୁମ୍ପୁରା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଦୁର୍ଗା ପଡ଼ିଆରେ ପହଞ୍ଚିବେ। ସେଠାରେ ମଧ୍ୟ ସାଧାରଣ ଲୋକଙ୍କ ଦ୍ବାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ନିଜ ଗାଁ ରାଇକଳାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଭୁ‌ବନେଶ୍ବର ଫେରିବ‌ାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ