Saturday, December 28, 2024
28.7 C
Odisha

    ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କରାଯାଇଛି ବ୍ୟାପକ ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ଆଜି ବର୍ଷର ଶେଷ ଦିନ । ଏହାସହ ରବିବାର ପଡ଼ୁଥିବାରୁ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଆସନ୍ତାକାଲି ନୂଆ ବର୍ଷ ହୋଇଥିବାରୁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ତିଆରି ହୋଇଛି ଜର୍ମାନ ହ୍ୟାଙ୍ଗର । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥାର ଟ୍ରାଏଲ ରନ୍ କରିଛି ପ୍ରଶାସନ । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ପୁରୀ ସହର କଡ଼ା ସୁରକ୍ଷା ମଧ୍ୟରେ ରହିଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ସେପଟେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ହିଁ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ । ଏହା ପୂର୍ବରୁ ବାରଣ ଥିବା ଡ୍ରେସ୍ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧା ଯାଇ ଭିତରକୁ ଛଡାଯାଉଛି । ଆସନ୍ତାକାଲିଠୁ ଏହି କଟକଣାକୁ ଜୋରଦାର କରାଯିବ । ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    35 %
    1.3kmh
    0 %
    Sat
    28 °
    Sun
    29 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ