Wednesday, May 21, 2025
27.6 C
Odisha

    ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଯୁକ୍ତ ମୋର୍ଚ୍ଚା ବୈଠକ

    ଆଗକୁ ପଢନ୍ତୁ

    ଆଜି ସଂଯୁକ୍ତା ମୋର୍ଚ୍ଚା ବୈଠକ କରୁଛି ବିଜେପି । ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ । ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ । ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ରହିବେ ।ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ମଧ୍ୟ ଉପସ୍ଥିତ ରହିବେ । ବୁଥ ସ୍ତରରୁ ବିଜେପି କିଭଳି ୫୦ ପ୍ରତିଶତ ଭୋଟ ହାତେଇବ, ମୋର୍ଚ୍ଚାର ଭୂମିକା କ’ଣ ରହିବ, କୋର କମିଟିରେ ହୋଇଥିବା ନିଷ୍ପତି ଉପରେ ଆଜି ଆଲୋଚନା ହେବ । କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନାକୁ ଗ୍ରାଉଣ୍ଡରେ କିଭଳି ପହଂଚିବ, ରାଜ୍ୟ ସରକାରଙ୍କ ବିଫଳତା କିପରି ଲୋକଙ୍କ ପାଖରେ ପହଂଚିବାକୁ ନେଇ ରଣନୀତି ପ୍ରସ୍ତୁତ ହେଉଛି । ଆଜିର ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପିର ଉପସଭାପତି, ସାଧାରଣ ସଂପାଦକ ଉପସ୍ଥିତ ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.6 ° C
    27.6 °
    27.6 °
    73 %
    2.7kmh
    26 %
    Tue
    28 °
    Wed
    38 °
    Thu
    36 °
    Fri
    37 °
    Sat
    37 °

    ସମ୍ବନ୍ଧିତ