Saturday, October 17, 2026
28.9 C
Odisha

    ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ହକି ଟିମ୍

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ହକି ଟିମ୍ । ପ୍ୟାରିସ୍ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ୍ ଆସନ୍ତାକାଲି ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରବର୍ତ୍ତୀ ସମୟରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧନା ସହ ରାଜ୍ୟ ସରକାର ଘୋଷଣା କରିଥିବା ପୁରସ୍କାର ରାଶି ପ୍ରଦାନ କରାଯିବ। ଅନ୍ୟପଟେ ଟି -୨୦ ବିଶ୍ୱକପ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଯେଉଁଭଳି ଭାବେ ମୁମ୍ବାଇରେ ଏକ ଓପନ ବସରେ ବିଜୟ ସେଲିବ୍ରେସନ କରିଥିଲେ, ସେହିଭଳି ଢଙ୍ଗରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ସୁରକ୍ଷା ବ୍ୟବସ୍ଥା ସହ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମକୁ ଆସିବେ ଭାରତୀୟ ହକି ଦଳର ଖେଳାଳି । ତେବେ ଆଗାମୀ ଦିନରେ କେଉଁଭଳି ଓଡ଼ିଆ ଖେଳାଳୀ ଅଧିକରୁ ଅଧିକ ଅଲମ୍ପିକରେ ଯୋଗ ଦେବେ ଏନେଇ ରାଜ୍ୟ ସରକାର ଭିତିଭୂମି ପ୍ରସ୍ତୁତି କରୁଛନ୍ତି ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    64 %
    1.9kmh
    50 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ