Saturday, October 17, 2026
28.9 C
Odisha

    ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ । ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତାକାଲି ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ବ୍ରଜମୋହନ ରାମ ଆଜି ପୂର୍ବାହ୍ଣ ୧୧ଟା ୩୦ରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନରେ ବାହାରି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ ।

    ଏହାପରେ ନବନିଯୁକ୍ତ ରାଜ୍ୟପାଳ ସଡ଼କ ପଥରେ ପୁରୀ ଅଭିମୁଖେ ଯାତ୍ରା କରିବେ । ଅପରାହ୍ନ ୨ଟା ୪୦ରେ ପୁରୀ ଲୋକଭବନରେ ପହଞ୍ଚିବା ପରେ ସନ୍ଧ୍ୟା ୫ଟା ୩୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସନ୍ଧ୍ୟା ୬ଟା ୧୫ରେ ପୁରୀରୁ ବାହାରି ରାତି ୭ଟା ୨୫ରେ ଭୁବନେଶ୍ୱର ଲୋକଭବନରେ ପହଞ୍ଚିବେ । ତାଙ୍କ ଗସ୍ତ ଓ ସ୍ୱାଗତ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    64 %
    1.9kmh
    50 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ