Saturday, November 7, 2026
20.5 C
Odisha

    ଆଜି ଭାରତ ଆସିବେ ମାର୍କୋ ରୁବିଓ, ଭାରତ-ଆମେରିକା ସମ୍ପର୍କରେ ନୂଆ ଆଲୋଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଜି ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ରୁବିଓଙ୍କର ଏହି ଗସ୍ତ ସମୟରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦ ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ରୁବିଓଙ୍କ ବୈଠକ ହେବ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ-ଆମେରିକା ସମ୍ପର୍କର ବିଭିନ୍ନ ଦିଗ ଉପରେ ଏହି ବୈଠକରେ ଆଲୋଚନା ହୋଇପାରେ । ବିଶେଷକରି ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ, ପ୍ରଯୁକ୍ତିବିଦ୍ୟା, ଶକ୍ତି ସୁରକ୍ଷା ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ତେବେ ବୈଠକର ସମ୍ପୂର୍ଣ୍ଣ ଏଜେଣ୍ଡା ସମ୍ପର୍କରେ ଆନୁଷ୍ଠାନିକ ଭାବେ ବିସ୍ତୃତ ସୂଚନା ମିଳିନାହିଁ । ଅନ୍ୟପଟେ ଭାରତର କୂଟନୈତିକ କାର୍ଯ୍ୟକ୍ରମରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ଗସ୍ତ ମଧ୍ୟ ସାମିଲ ରହିଛି ।

    ସେ ଆସନ୍ତା ୧୯ ଓ ୨୦ଖରେ ମୁମ୍ବାଇ ଗସ୍ତ କରିବେ। ଏହି ସମୟରେ ଭାରତ ଓ UAE ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ବିଭିନ୍ନ ଆନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଭାରତ ପାଇଁ ଆମେରିକା ଓ UAE ଉଭୟ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଏବଂ ଅର୍ଥନୈତିକ ସହଯୋଗୀ । ଆମେରିକା ସହ ଭାରତର ପ୍ରତିରକ୍ଷା, ବାଣିଜ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ରହିଥିବା ବେଳେ UAE ସହ ଶକ୍ତି, ପୁଞ୍ଜିନିବେଶ ଓ ବାଣିଜ୍ୟିକ ସମ୍ପର୍କ ରହିଛି । ଏହି ପରିପ୍ରେକ୍ଷୀରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି । ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓଙ୍କ ଏହି ଗସ୍ତ ସମୟରେ ମୁମ୍ବାଇ ସହ ଗୁଜରାଟର ଜାମନଗର ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଜାମନଗରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ପ୍ରତିନିଧିମାନଙ୍କ ସହ ବ୍ୟାବସାୟିକ ଆଲୋଚନା ହେବାର ଯୋଜନା ରହିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଚାଲିଥିବା ସମୟରେ ଏହି ଗସ୍ତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    82 %
    1.6kmh
    0 %
    Sat
    20 °
    Sun
    26 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ