Monday, May 13, 2024
30.2 C
Odisha

    ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ

    ଆଗକୁ ପଢନ୍ତୁ

    ସୋମାଲିଆ ଉପକୂଳରୁ ୧୫ ଜଣ ଭାରତୀୟଙ୍କ ସହ ୨୧ ଜଣ ନାବିକଙ୍କୁ ଉଦ୍ଧାର କଲେ ଭାରତୀୟ ନୌସେନାର ମାର୍କସ କମାଣ୍ଡୋ । ଉତର ଆରବ ସାଗରରୁ ମାଲବାହୀ ଜାହାଜକୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ସେଥିରେ ଥିବା ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଜାହାଜ ଅପହରଣ କରାଯାଇଥିବା ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲା ନୌସେନା । ମଝି ସମୁଦ୍ରରେ ସୋମାଲିଆ ଉପକୂଳ ଦେଇ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିଲା । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ । ଗୁୁରୁବାର ରାତିରେ ଏହି ଘଟଣା ଘଟିଥିଲା । କିଛି ସଶସ୍ତ୍ର ଜଳଦସ୍ୟୁ ହଠାତ୍ ଜାହାଜ ଭିତରେ ପ୍ରବେଶ କରି କ୍ରିୟୁ ସଦସ୍ୟଙ୍କୁ ବନ୍ଧକ କରିବା ସହ ଜାହାଜର ଗତିପଥକୁ ବଦଳାଇ ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୧୫ଜଣ ଭାରତୀୟ । ସୂଚନା ପାଇବା ମାତ୍ରେ ଆକ୍ସନମୋଡକୁ ଆସିଥିଲା ଭାରତୀୟ ନୌସେନା । ଜାହାଜ ସହ ସମସ୍ତ କ୍ରିଉ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ସେମାନଙ୍କୁ ପିଛା କରିଥିଲା । ଏଥିସହ ସେହି ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଲୋହିତ ସାଗରରେ ଲଗାତାର ମାଲବାହୀ ଏବଂ ଯାତ୍ରୀବାହୀ ଜାହାଜକୁ ଟାର୍ଗେଟ କରୁଛି ହୁତୀ ବିଦ୍ରୋହୀ ସଂଗଠନ । ଏପଟେ ଆରବ ସାଗର ହୋଇଥିବା ଜାହାଜ ଅପହରଣରେ ଭାରତ କିଭଳି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଥିଲା । ନୌସେନାର ମାର୍କସ କମାଣ୍ଡୋଙ୍କ ଅପରେସନ୍ ପରେ ଭୟଭୀତ ହୋଇ ଜଳଦସ୍ୟୁ ଜାହଜକୁ ଛାଡ଼ି ଚାଲି ଯାଇଥିବା ଜଣାପଡିଛି । କାରଣ ଉଦ୍ଧାର ବେଳେ ଅପହରଣକାରୀ ଜାହାଜ ଭିତରେ ନଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    56 %
    1.5kmh
    23 %
    Mon
    39 °
    Tue
    39 °
    Wed
    41 °
    Thu
    40 °
    Fri
    43 °

    ସମ୍ବନ୍ଧିତ