Monday, September 28, 2026
23.1 C
Odisha

    ହୋଟେଲ ପଶି ଯୁବକଙ୍କୁ ଭୂଜାଲିରେ ହାଣିଲେ, -ଗୁରୁତରଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ରାଉରକେଲା: ଆଜି ରାତି ପ୍ରାୟ ୧୦ଟାରେ ବନ୍ଧମୁଣ୍ଡା ‘ସି’ ସେକ୍ଟର ଷ୍ଟେସନରୋଡ ନିକଟସ୍ଥ ହୋଟେଲ ବସିଥିବା ବିଟୁ ତନ୍ତୀ (୩୨)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ବାଇକ୍‌ ଆସିଥିବା ଦୁଇ ଦୁର୍ବୃତ୍ତ ବିଟୁଙ୍କୁ ଭୂଜାଲିରେ ‌ଗୋଡାଇ ଗୋଡାଇ ହାଣିଥିଲେ। ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲ ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଛି। ପାରିବାରିକ କଳହ ନା ପୂର୍ବ ଶତ୍ରୁତାର ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି, ଜଣାପଡ଼ିନି। ବନ୍ଧମୁଣ୍ଡା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ବିଟୁ ତନ୍ତୀ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଷ୍ଟେସନରୋଡସ୍ଥ ଏକ ‌‌ହୋଟେଲରେ ଅନ୍ୟମାନଙ୍କ ସହ ଖାଇବାକୁ ବସିଥିଲେ। ରାତି ପ୍ରାୟ ୧୦ଟାରେ ହଠାତ୍‌ ଦୁଇ ଯୁବକ ପହଞ୍ଚି ବିଟୁଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲେ। ହୋଟେଲରେ କାମ କରୁଥିବା କର୍ମଚାରୀ ପ୍ରତିବାଦ କରିଥିଲେ ହେଁ ଦୁହେଁ ଆଦୌ ଶୁଣିନଥିଲେ। ବିଟୁ ଗୁରୁତର ଅବସ୍ଥାରେ ତଳେ ପଡିଯିବା ପରେ ଦୁହେଁ ସେଠାରୁ ଚମ୍ପଟ ହୋଇଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ