Friday, March 20, 2026
29.1 C
Odisha

    ପାକିସ୍ତାନ ଓ ଆଫଗାନିସ୍ତାନରେ ବଢୁଛି ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା

    ଆଗକୁ ପଢନ୍ତୁ

    କ୍ୱେଟା: ପାକିସ୍ତାନ ଓ ଆଫଗାନିସ୍ତାନରେ ହଠାତ୍ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ପୋଲିଓ ନିରାକରଣ ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ବିପଦରେ ପଡ଼ିଛି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବିବୃତି ଜାରି କରି ଆଫଗାନିସ୍ତାନ ଓ ପାକିସ୍ତାନରେ ପୋଲିଓ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚେତାବନୀ ଦେଇଥିଲା। ଖବର ଅନୁଯାୟୀ, କାନ୍ଦାହାର ପ୍ରଦେଶରେ ଦୁଇଟି ଏବଂ ଆଫଗାନିସ୍ତାନର ହେଲମନ୍ଦ ପ୍ରଦେଶରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି। ଆଫଗାନିସ୍ତାନରେ ତାଲିବାନ ସରକାର ଟିକାକରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ସେଠାରେ ପୋଲିଓ ମାମଲା ବୃଦ୍ଧି ପାଇଛି। ପାକିସ୍ତାନରେ ୩ଟି ନୂଆ ପୋଲିଓ ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ପୋଲିଓ ରୋଗ ପୋଲିଓ ଭାଇରସ ଦ୍ୱାରା ହୋଇଥାଏ, ଯାହା ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ। ଏହା ସ୍ନାୟୁ ପ୍ରଣାଳୀକୁ ଆକ୍ରମଣ କରିଥାଏ। ଏହା ବ୍ୟକ୍ତି-ବ୍ୟକ୍ତି ସଂସ୍ପର୍ଶ ଦ୍ୱାରା କିମ୍ବା ଦୂଷିତ ଖାଦ୍ୟ-ପାନୀୟ ଦ୍ୱାରା ବ୍ୟାପିଥାଏ। ଏହା ସଂକ୍ରମିତ ବ୍ୟକ୍ତିର ଲାଳ, ମଳ କିମ୍ବା ଖଙ୍କାର ଆଦି ଦ୍ବାରା ମଧ୍ୟ ସଂକ୍ରମିତ ହୋଇପାରେ। ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ଥକାପଣ ଓ ଶରୀର ଯନ୍ତ୍ରଣା ଏହି ରୋଗର ଲକ୍ଷଣ। ଏକାଧିକ ଥର ଦିଆଯାଉଥିବା ପୋଲିଓ ଟିକା ନେଇ ପୋଲିଓକୁ ରୋକାଯାଇପାରିବ ଏବଂ ଏହା ଶିଶୁକୁ ଆଜୀବନ ରକ୍ଷା କରିପାରିବ।

    ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଆଫଗାନିସ୍ତାନରେ ୨୦ରୁ ଅଧିକ ଏବଂ ପାକିସ୍ତାନରେ ୨୪ରୁ ଅଧିକ ପୋଲିଓ ରୋଗୀ ଚିହ୍ନଟ ହୋଇଛନ୍ତି। ୟୁନିସେଫ ଓ ହୁ ଭଳି ବିଭିନ୍ନ ସଂଗଠନର ନେତୃତ୍ୱରେ ବିଶ୍ୱବ୍ୟାପୀ ନିରାକରଣ ପ୍ରୟାସରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ଏବଂ ପୋଲିଓ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ପାକିସ୍ତାନ ଓ ଆଫଗାନିସ୍ତାନ ବିଶ୍ୱର ଏକମାତ୍ର ଦୁଇଟି ଦେଶ ଯେଉଁଠାରେ ଏବେ ବି ପୋଲିଓ ରୋଗ ଓ ସକ୍ରିୟ ମାମଲା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    38 %
    0.9kmh
    89 %
    Fri
    33 °
    Sat
    33 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ