Saturday, July 27, 2024
24.6 C
Odisha

    ପୋଖରନରେ ସାମରିକ ଅଭ୍ୟାସର ତଦାରଖ କଲେ ପ୍ରଧାନମନ୍ତ୍ରୀ । ସେନା ପକ୍ଷରୁ ପ୍ରଦର୍ଶିତ କରାଗଲା ସ୍ୱଦେଶୀ ଅସ୍ତ୍ରର ଶକ୍ତି । ୪୦ଟି ଦେଶର ପ୍ରତିନିଧି ସାମିଲ

    ଆଗକୁ ପଢନ୍ତୁ

    ପୋଖରାନରେ ସ୍ୱଦେଶୀ ଅସ୍ତ୍ର ଶକ୍ତି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନର ପୋଖରାନରେ “ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରୁଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଶକ୍ତି ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି ହୋଇଥିବା ଯୁଦ୍ଧାସ୍ତ୍ର ଗୁଡ଼ିକର ପ୍ରଦର୍ଶନ କରାଯାଉଛି । ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ, ଏନେଇ ଏଠାରେ ପରୀକ୍ଷଣ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ୪୦ଟି ଦେଶର ପ୍ରତିନିଧି ବି ସାମିଲ ହୋଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ଅଛନ୍ତି । ଭାରତ ଶକ୍ତି ସମରାଭ୍ୟାସରେ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର, ଡ୍ରୋନ୍, ଟ୍ୟାଙ୍କ, ହେଲିକପ୍ଟର ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ତିନି ସେନା ପକ୍ଷରୁ ମିଳିତ ଭାବେ ଏହି ଅଭ୍ୟାସ କରାଯାଉଛି । ପୂର୍ବରୁ ବିଦେଶରୁ ସାମରିକ ଅସ୍ତ୍ରଅସ୍ତ୍ର ଆମଦାନୀ କରାଯାଉଥିବା ବେଳେ ଏବେ ଏହାକୁ ନିଜ ଦେଶରେ ପ୍ରସ୍ତୁତ କରାଯିବାକୁ ଜୋରଦାର ଚେଷ୍ଟା କରାଯାଉଛି । ଆଉ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ଭାରତୀୟ କୌଶଳରେ ପ୍ରସ୍ତୁତ ହୋଇଛି ଓ ସଫଳତା ପାଇଛି, ସେ ସବୁର ଆଜି ପ୍ରଦର୍ଶନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ